ବୌଦ୍ଧ: ଲକଡାଉନ ସମୟରେ ଅନେକ ଅସହାୟ ଲୋକେ ଭୋକିଲା ରହୁଥିବା ବେଳେ ଏମାନଙ୍କ ପାଇଁ ଦେବଦୂତ ସାଡିଛନ୍ତି ବୌଦ୍ଧର ସ୍ବେଚ୍ଛାସେବୀ ଗଣ । ଶନିବାର ପୌରାଞ୍ଚଳର ବିଭିନ୍ନ ବସ୍ତିରେ ବୁଲି ବୁଲି ଏମାନେ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଥିଲେ । ସେପଟେ ବଜରଙ୍ଗ ଦଳ ପକ୍ଷରୁ ପୌର ସଫେଇ କର୍ମଚାରୀଙ୍କୁ ସୁଖିଲା ଖାଦ୍ୟ ସହିତ ବିଭିନ୍ନ ଅସହାୟଙ୍କୁ ରାସନ ସାମଗ୍ରୀ ବଣ୍ଟାଯାଇଥିଲା ।
ବିପଦ ସମୟରେ ଦେବଦୂତ ପାଲଟିଛନ୍ତି ବୌଦ୍ଧର ସ୍ବେଚ୍ଛାସେବୀ ଗୋଷ୍ଠୀ - ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍
ଲକଡାଉନ ସମୟରେ ଅନେକ ଅସହାୟ ଲୋକେ ଭୋକିଲା ରହୁଥିବା ବେଳେ ଏମାନଙ୍କ ପାଇଁ ଦେବଦୂତ ସାଡିଛନ୍ତି ବୌଦ୍ଧର ସ୍ବେଚ୍ଛାସେବୀ ଗଣ । ଅଧିକ ପଢ଼ନ୍ତୁ...
ବିପଦ ସମୟରେ ଦେବଦୂତ ପାଲଟିଛନ୍ତି ବୌଦ୍ଧର ସ୍ବେଚ୍ଛସେବୀ ଗୋଷ୍ଠୀ
ଜିଲ୍ଲାର କିଛି ସ୍ବେଚ୍ଛାସେବୀ ଯୁବକମାନେ ନିଜସ୍ବ ଉଦ୍ୟମରେ ବସ୍ତିରେ ଥିବା ଅସହାୟ ଲୋକଙ୍କ ଖାଦ୍ୟ ବାଣ୍ଟିଥିବା ଦେଖିବାକୁ ମିଳିଥିଲା । ସେହିପରି ବୌଦ୍ଧ ବଜରଙ୍ଗ ଦଳ ପକ୍ଷରୁ ଏନଏସିରେ କାର୍ଯ୍ୟ କରୁଥିବା ସଫେଇ କର୍ମଚାରୀଙ୍କୁ ଯୋଗାଯାଇଥିଲା ଶୁଖିଲା ଖାଦ୍ୟ । ଅନ୍ୟପଟେ ହରଭଙ୍ଗା ବ୍ଲକର ଅପହଞ୍ଚ ଭଉଁରୀପଥର ଗାଁକୁ ଯାଇ ଜଣେ ଅସହାୟ ଅରକ୍ଷିତଙ୍କୁ ମଧ୍ୟ ରାସନ ସାମଗ୍ରୀ ପହଞ୍ଚାଇଛନ୍ତି ଏହି ସ୍ବେଚ୍ଛାସେବୀ ଗୋଷ୍ଠୀ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ
Last Updated : Apr 12, 2020, 10:47 AM IST