ବୌଦ୍ଧ: ଖୋଲା ଆକାଶ ତଳେ ଖଣ୍ଡିଏ ଖଟ । ଖଟିଆ ଉପରେ ଗୋଟିଏ ତମ୍ବୁ । ସେ ଭିତରେ 80 ବର୍ଷ ବୟସ୍କ ବୃଦ୍ଧ । ଚାଲିବାକୁ ଗୋଡ ବି ଉଠୁନି । ଘୋଷାରି ଘୋଷାରି କଟୁଛି ଜୀବନ । ନିଜର କହିଲେ ଦୁନିଆରେ କେହି ନାହିଁ । କିଏ ଦେଲେ ଖାଆନ୍ତି ତ ପୁଣି ଅଧାଦିନ ଭୋକ ଉପାସରେ । ଏଭଳି ଦୟନୀୟ ସ୍ଥିତିରେ ଭାଗ୍ୟକୁ ଆଦରି ବଞ୍ଚିଛନ୍ତି ବୌଦ୍ଧର ହରଭଙ୍ଗା ବ୍ଲକ ଅନ୍ତର୍ଗତ ପୀତାମ୍ବରପୁର ପଞ୍ଚାୟତର ଶରଧାପୁର ଗାଁର କମ୍ଭୁ ନାଏକ ।
ସହଯୋଗ ପାଇଁ ପଞ୍ଚାୟତର ସରକାରୀ ବାବୁଙ୍କୁ ଗୁହାରୀ କରିଲେ ବି କେହି ଶୁଣୁନାହାନ୍ତି । ଘର ଦୂରର କଥା ପଲିଥିନଟିଏ ବି ମିଳୁନି । ଏପଟେ ଆଧାର କାର୍ଡ ନଥିବାରୁ ମାସକୁ ମିଳୁଥିବା ଚାଉଳକୁ ବି ବନ୍ଦ କରିବାକୁ ବସିଛନ୍ତି ।