ଓଡିଶା

odisha

ଶୋଭାଙ୍କ ପାଇଁ ବାଟବଣା ସରକାରୀ ଯୋଜନା, ବୁଢୀମା'ର ବାର୍ଦ୍ଧକ୍ୟଭତ୍ତାରେ ବଞ୍ଚୁଛି ଜୀବନ

By

Published : Jul 27, 2019, 2:41 PM IST

ଦୃଷ୍ଟିହୀନ ଶୋଭା ସାହୁଙ୍କ ପାଇଁ ବାଟମାରଣା ସରକାରୀ ଯୋଜନା । ଦୃଷ୍ଟିହୀନର ପ୍ରମାଣପତ୍ର ମିଳିଥିଲେ ମଧ୍ୟ ଦିବ୍ୟାଙ୍ଗ ଭତ୍ତାରୁ ବଞ୍ଚିତ ହୋଇଛନ୍ତି ଶୋଭା । ଫଳରେ ବୁଢୀ ମା'ର ବାର୍ଦ୍ଧକ୍ୟ ଭତ୍ତାରେ ଉଭୟ ମା ଓ ଝିଅଙ୍କ ଜୀବନ ବିତୁଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ


ବୌଦ୍ଧ: ସମାଜରେ ଅବହେଳିତ, ନିଷ୍ପେସିତ ବିଶେଷ କରି ଦିବ୍ୟାଙ୍ଗଙ୍କ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଉନ୍ନତିମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏଥିପାଇଁ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ମଧ୍ୟ ହେଉଛି । ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ଧଳପୁର ପଞ୍ଚାୟତ ସଦରରେ ବାସ କରୁଥିବା ଶୋଭା ସାହୁଙ୍କ ପାଇଁ ବାଟବଣା ସରକାରୀ ଯୋଜନା । ଜନ୍ମରୁ ଦୃଷ୍ଟିହୀନ ଶୋଭା ଗାଁର ଏକ ଚାଳ ଘରେ 90 ବର୍ଷୀୟ ବୁଢୀ ମା ସହ ରହୁଛନ୍ତି । ତେବେ ତାଙ୍କ ପାଖରେ ଦୃଷ୍ଟିହୀନ ସାର୍ଟିଫିକେଟ୍ ଥିଲେ ମଧ୍ୟ ଏଯାବତ୍ ସେ ନିଜ ଦିବ୍ୟାଙ୍ଗ ଭତ୍ତା ମଧ୍ୟ ପାଇପାରିନାହାଁନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଶୋଭାଙ୍କ ବୟସ 40 ପାର କରିଥିବାବେଳେ ବୁଢୀ ମା'ର ବାର୍ଦ୍ଧକ୍ୟ ଭତ୍ତାରେ କଟୁଛି ଉଭୟ ମା, ଝିଅଙ୍କ ଜୀବନ । ସେପଟେ ଶୋଭାଙ୍କ ଭିନ୍ନକ୍ଷମ ଭତ୍ତା ସମ୍ପର୍କରେ ପଞ୍ଚାୟତ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲୁ । ଉକ୍ତ ମାମଲାରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details