ବୌଦ୍ଧ:ଦୁର୍ଲଭ ହାତୀବେଶରେ ଦର୍ଶନ ଦେଲେ ଶ୍ରୀଜିଉ । ଗତକାଲି ସମସ୍ତ ନୀତିକାନ୍ତି ମଧ୍ୟରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ସମ୍ପନ୍ନ ହୋଇଥିଲା । ଏହାପରେ ସନ୍ଧ୍ୟାରେ ଶ୍ରୀଜିଉ ହାତୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ । ତେବେ ସୋମବାର ଠାରୁ ଆସନ୍ତା ନେତ୍ରୋତ୍ସବ ପର୍ଯ୍ୟନ୍ତ ଠାକୁରଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହୁଥିବାରୁ ଗତାକାଲି ସନ୍ଧ୍ୟାରେ ଠାକୁରଙ୍କ ଗଜବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଗତକାଲି ସ୍ନାନ ଯାତ୍ରା ଉପଲକ୍ଷେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବିଭିନ୍ନ ବୈଷ୍ଣବୀୟ ପୀଠ ଗୁଡିକ ବେଶ ଚଳଚଞ୍ଚଳ ରହିଥିଲା ।
ଏହା ମଧ୍ୟ ପଢନ୍ତୁ- Train Tragedy: ଆହତଙ୍କ ପାଇଁ ଦେବଦୂତ ସାଜିଥିଲେ ରାଜଶ୍ରୀ, ଶୁଣନ୍ତୁ ପୁରା ଘଟଣା ସମ୍ପର୍କରେ
ସେହିପରି ସ୍ନାନ ପୂର୍ଣ୍ଣିମା ଅବସରରେ ବୌଦ୍ଧ ର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି , ବ୍ରାହ୍ମଣ ସମାଜ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସନ୍ଧ୍ୟା ସମୟରେ ଠାକୁରଙ୍କୁ ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ କରି ଭକ୍ତମାନେ ଭାବ ବିହ୍ବଳ ହୋଇ ପଡିଥିଲେ । ସେପଟେ ଚତୁର୍ଦ୍ଧା ବିଗ୍ରହ ସୋମବାରଠାରୁ ଅଣସର ଘରେ ଗୁପ୍ତ ରୀତିନୀତିରେ ପୂଜା ପାଇବେ ।