ବୌଦ୍ଧ: କୋରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେଲା ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା । ବୌଦ୍ଧ ଜିଲ୍ଲାର 70ରୁ ଊର୍ଦ୍ଧ୍ବ ଜଗନ୍ନାଥ ପୀଠରେ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି । ବୌଦ୍ଧ ସହର ସମେତ ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଥିବା ଜଗନ୍ନାଥ ପୀଠ ଏବଂ ପାତାଳୀ କ୍ଷେତ୍ର ନାଏକପଡା ଗୁମ୍ଫାଠାରେ ସ୍ନାନ ପୂର୍ଣ୍ଣିମା ପାଳନ କରାଯାଇଛି ।
ବୌଦ୍ଧରେ ମହାବାହୁଙ୍କ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ - boudha snana purnima
ବୌଦ୍ଧ ଜିଲ୍ଲାର 70ରୁ ଊର୍ଦ୍ଧ୍ବ ଜଗନ୍ନାଥ ପୀଠରେ କୋରୋନା କଟକଣା ମଧ୍ୟରେ ଅନୁଷ୍ଠିତ ହେଲା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ସ୍ନାନ ଯାତ୍ରା । ଅଧିକ ପଢନ୍ତୁ...
ତେବେ ଚଳିତ ବର୍ଷ ମଧ୍ୟ କୋରୋନା କଟକଣା ମଧ୍ୟରେ ଉଭୟ ସ୍ନାନ ପୂର୍ଣ୍ଣିମା ଓ ଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ ବୋଲି ସରକାର ପୂର୍ବରୁ ଘୋଷଣା କରିଛନ୍ତି । ଆଜି ବୌଦ୍ଧ ସହରର ପ୍ରାଚୀନ ଜଗନ୍ନାଥ ମନ୍ଦିରଠାରେ କୋଭିଡ କଟକଣା ମଧ୍ୟରେ ମହାନଦୀରୁ ପବିତ୍ର ଜଳ ଆଣି ଚତୁର୍ଦ୍ଧା ବିଗ୍ରହଙ୍କୁ ସ୍ନାନ କରାଯାଇଥିଲା । ଭକ୍ତ ଓ ଶ୍ରଦ୍ଧାଳୁ ମନ୍ଦିର ବାହାରୁ ରାସ୍ତା ଉପରେ ରହି ବିଗ୍ରହଙ୍କୁ ଦର୍ଶନ କରିବା ସହ କୋରୋନା ମହାମାରୀ ଦୂରୀକରଣ ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ବିଭିନ୍ନ ଜଗନ୍ନାଥ ମନ୍ଦିରରେ ନିର୍ଦ୍ଦିଷ୍ଟ ସେବାୟତଙ୍କୁ ନେଇ ପବିତ୍ର ସ୍ନାନଯାତ୍ରା ଅନୁଷ୍ଠିତ ହୋଇଛି ।
ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ