ଓଡିଶା

odisha

By

Published : Jul 3, 2020, 7:22 PM IST

ETV Bharat / state

ସାପ ଧରାଳୀଙ୍କ ସର୍ପାଘାତରେ ମୃତ୍ୟୁ

ଏଭଳି କିଛି ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ବୀରନରସିଂପୁର ପଞ୍ଚାୟତ ଡୁମୁରୀମୁଣ୍ଡା ଗ୍ରାମରେ ।

snake-catcher-dies-of-snakebite
ସାପ ଧରାଳୀଙ୍କ ସର୍ପାଘାତରେ ମୃତ୍ୟୁ

ବୌଦ୍ଧ: ସାପ ଧରାଳୀଙ୍କ ଅସାବଧାନତା ଯୋଗୁଁ ଚାଲିଗଲା ନିଜ ଜୀବନ । ସେପଟେ ଅସାବଧାନତା ଯୋଗୁଁ ବିବାହ ଭୋଜିର ଗ୍ୟାସରୁ ନିଆଁଲାଗି ତିନି ଜଣ ଗୁରୁତର ।

ସାପ ଧରାଳୀଙ୍କ ସର୍ପାଘାତରେ ମୃତ୍ୟୁ
ସର୍ପାଘାତରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ସାପ ଧରାଳୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥାଏ । କିନ୍ତୁ ଟିକିଏ ଅସାବଧାନତା କିଛି ବି ଅଘଟଣ ଘଟାଇ ପାରେ । ଏଭଳି କିଛି ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ବୀରନରସିଂପୁର ପଞ୍ଚାୟତ ଡୁମୁରୀମୁଣ୍ଡା ଗ୍ରାମରେ । ସୂଚନା ମୁତାବକ ରାତିରେ କରଡି ଅଞ୍ଚଳରୁ ଏକ ଫୋନ କଲ ପାଇ ସାପ ଧରାଳୀ ପ୍ରଶାନ୍ତ ମେହେର ଯାଇ ସାପ ଧରିଥିଲେ । ଉକ୍ତ ସାପକୁ ଆଣି ନିଜ ଘର ପାଖରେ ଏକ ଡବାରେ ରଖି ଜଙ୍ଗଲରେ ଛାଡିବା ପାଇଁ ଉଦ୍ୟମ ସମୟରେ ନାଗ ସାପଟି ଚୋଟ ମାରିଥିଲା । ପ୍ରଶାନ୍ତ ନିଜେ ଆମ୍ବୁଲାନ୍ସକୁ ଫୋନ କରି ବୌଦ୍ଧ ଡାକ୍ତରଖାନାରେ ପହଞ୍ଚି ଥିଲେ ମଧ୍ୟ ଶରୀରରେ ବିଷକ୍ରିୟା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ତାଙ୍କର 4 ଟି ଝିଅ ଅଛନ୍ତି । ପିତାଙ୍କ ମୃତ୍ୟୁ ପରେ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ସେପଟେ ମନମୁଣ୍ଡା ଥାନା ଅନ୍ତର୍ଗତ ପଦରପଡା ଗ୍ରାମରେ ବିବାହ ଭୋଜିର ଗ୍ୟାସରେ ନିଆଁଲାଗି ଯିବାରୁ 3 ଜଣ ଗୁରୁତର ଆହତ ହୋଇ ସୋନପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details