ଓଡିଶା

odisha

ETV Bharat / state

ଖାଇଗଲେ ଶଶ୍ମାନ ଟଙ୍କା ! - ଅଧା ଗଢା ଶବଦାହ ଗୃହର ଅର୍ଥ ଆତ୍ମସାତ ଅଭିଯୋଗ

ଅଧା ଗଢା ଶବଦାହ ଗୃହର ଅର୍ଥ ଆତ୍ମସାତ ଅଭିଯୋଗ । ବୌଦ୍ଧ ହରଭଙ୍ଗା ବାମଣ୍ଡା ନିକଟସ୍ଥ ବାଲାଟ ନାଳ ଅଞ୍ଚଳବାସୀ କରିଛନ୍ତି ଅଭିଯୋଗ । ଅଧିକ ପଢନ୍ତୁ...

ଅଧା ଗଢା ଶବଦାହ ଗୃହର ଅର୍ଥ ଆତ୍ମସାତ ଅଭିଯୋଗ

By

Published : Oct 14, 2019, 1:02 AM IST

ବୌଦ୍ଧ: ଦୀର୍ଘ ଦିନ ହେଲା ଅଧାପନ୍ତରିଆ ହୋଇ ପଡିରହିଛି ବୌଦ୍ଧ ହରଭଙ୍ଗାର ଶବଦାହ ଗୃହ । ଏପଟେ ଏହି ଶବଦାହ ଗୃହର ଅର୍ଥକୁ ହଡପ କରାଯାଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ସୂଚନା ଅନୁସାରେ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବାମଣ୍ଡା ନିକଟସ୍ଥ ବାଲାଟ ନାଳ ଠାରେ ଦୀର୍ଘ ପାଞ୍ଚ ବର୍ଷ ତଳେ ସରକାରୀ ଅର୍ଥରେ ଏକ ଶବଦାହ ଗୃହର ନିର୍ମାଣ ହୋଇଥିଲା । କିନ୍ତୁ ଉକ୍ତ ଗୃହ ନିମନ୍ତେ ଆସିଥିବା ଅର୍ଥକୁ ଅଧିକ ବିଲ କରି ତତ୍କାଳୀନ ଯନ୍ତ୍ରୀଙ୍କ ଜ୍ଞାତସାରରେ ହଡପ କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଅଧା ଗଢା ଶବଦାହ ଗୃହର ଅର୍ଥ ଆତ୍ମସାତ ଅଭିଯୋଗ

ଆଉ ଏବେ ଅଧାପନ୍ତରିଆ ହୋଇ ଶବଦାହ ଗୃହଟି ପଡି ଥିବାରୁ ଅଞ୍ଚଳର ଲୋକେ ବାଧ୍ୟ ହୋଇ ନାଳ ଭିତରେ ଶବଦାହ କରୁଛନ୍ତି । କେବେ କେବେ ବର୍ଷା ଯୋଗୁଁ ଅଧାପୋଡା ଶବକୁ ନାଳ ଭିତରେ ଛାଡି ଆସୁଥିବା ବେଳେ ନାଳ ଭିତରେ ଶବଦାହ ଯୋଗୁଁ ପରିବେଶ ମଧ୍ୟ ଦୂଷିତ ହେଉଥିବା ଅଭିଯୋଗ ହୋଇଛି । ତୁରନ୍ତ ଏଦିଗରେ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details