ଓଡିଶା

odisha

ETV Bharat / state

ବିତି ଗଲାଣି 2ବର୍ଷ, ଡାକଘରେ ନାହାଁନ୍ତି ପୋଷ୍ଟ ମାଷ୍ଟର - ଡାକସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଉପାନ୍ତ ଅଞ୍ଚଳରେ ଡାକସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଡାକଘର ଥାଇ ମଧ୍ୟ ସେବା ପାଇପାରୁ ନାହାନ୍ତି ଅଞ୍ଚଳବାସୀ ।

ଡାକଘରେ ଦୁଇ ବର୍ଷ ହେଲା ନାହାଁନ୍ତି ପୋଷ୍ଟ ମାଷ୍ଟର

By

Published : Aug 12, 2019, 11:43 PM IST

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଡାକସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ଡାକଘର ଥାଇ ମଧ୍ୟ ସେବା ପାଇପାରୁ ନାହାଁନ୍ତି ଅଞ୍ଚଳବାସୀ ।

ଡାକଘରେ ଦୁଇ ବର୍ଷ ହେଲା ନାହାଁନ୍ତି ପୋଷ୍ଟ ମାଷ୍ଟର

ଏକ ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଭାବରେ ପରିଚିତ ଆମ୍ବଝରୀ ଅଞ୍ଚଳର 44 ଖଣ୍ଡ ଗାଁ । ଗାଁର ଆଶା ଓ ଭରସା ଉପରେ ପଡିଛି ତାଲା । ତାଲା ପୁଣି ଦିନେ କି ମାସେ ନୁହେଁ, ଦୀର୍ଘ ଦୁଇ ବର୍ଷ ହେଲା ଡାକଘରେ ପଡିଛି ତାଲା । ଫଳରେ ଏହି ଉପାନ୍ତ ଅଞ୍ଚଳର 44 ଖଣ୍ଡ ଗାଁ ଲୋକେ ଡାକ ସେବା ସହିତ ଆଧାର କାର୍ଡ, ପାସବୁକ,ଏଟିଏମ କାର୍ଡ ଭଳି ଆବଶ୍ୟକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।

ଦୀର୍ଘ ଦୁଇ ବର୍ଷ ହେଲା ଏଠାରେ ପୋଷ୍ଟ ମାଷ୍ଟର ନଥିବାରୁ ଲୋକେ କିଭଳି ଅସୁବିଧାର ସମ୍ମୁଖୀନ ହେଉଥିବେ ତାହା ସହଜରେ ଅନୁମେୟ । ଘଟଣାକୁ ସ୍ଥାନୀୟ ସରପଞ୍ଚ ନିଜେ ସ୍ବୀକାର କରିବା ସହ ଲୋକେ ଅସୁବିଧା ଭୋଗୁଥିବା ଜଣାଇଛନ୍ତି । ଗାଁ ର ଏକ ଅସ୍ଥାୟୀ ଘରେ ଡାକଘର ଚାଲିଥିବାରୁ ଏଥିପାଇଁ ଗୃହ ଯୋଗାଇ ଦେବାକୁ କହିଛନ୍ତି ସରପଞ୍ଚ । ତୁରନ୍ତ ସରକାର ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details