ଓଡିଶା

odisha

ETV Bharat / state

ଅନ୍ୟଜାତିରେ କରିଥିଲେ ବିବାହ, ମୃତ୍ୟୁ ପରେ ମିଳିଲାନି ଚାରିକାନ୍ଧ - ଅନ୍ୟଜାତିରେ ବିବାହ

ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଅଞ୍ଚଳରେ ସାମ୍ନାକୁ ଆସିଲା ସାମାଜିକ ବିଧି ବ୍ୟବସ୍ଥାର ନଗ୍ନ ଚିତ୍ର । ମୃତ୍ୟୁ ପରେ ବି ମିଳିଲାନି ଚାରିକାନ୍ଧ । ଅନ୍ୟ ଜାତିରେ ବିବାହ କରିଥିବାରୁ ମୃତ୍ୟୁ ପରେ ବି ଆସିଲେନି ସମ୍ପର୍କିୟ । ଅଧିକ ପଢନ୍ତୁ...

Nude pictures of social legal system in boudh
ଅନ୍ୟଜାତିରେ ବିବାହ ହେତୁ ମୃତ୍ୟୁପରେ ମିଳିଲାନି ଚାରିକାନ୍ଧ

By

Published : Oct 15, 2020, 7:48 AM IST

Updated : Oct 15, 2020, 9:02 AM IST

ବୌଦ୍ଧ: ସାମାଜିକ କୁସଂସ୍କାର ଆଗରେ ସମସ୍ତେ ବିବଶ। ବିଜ୍ଞାନର ଅଗ୍ରଗତି ସହିତ ଆଧୁନିକ ସଭ୍ୟତାର ଅନୁସରଣ କରି ମଣିଷ ଯେତେ ଆଗକୁ ଗଲେ ମଧ୍ୟ ସାମାଜିକ କୁସଂସ୍କାର ଓ ଅନ୍ଧବିଶ୍ବାସକୁ ଛାଡି ପାରିନାହିଁ। ଏପରିକି ମୃତ୍ୟୁ ପରେ ବି ମିଳିଲାନି ଚାରିକାନ୍ଧ । ନୀଚ୍ଚ ଜାତିରେ ବିବାହ କରିଥିବାରୁ ମୃତ୍ୟୁ ପରେ ଆସିଲେନି ସମ୍ପର୍କିୟ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଅଞ୍ଚଳରେ ।

ଅନ୍ୟଜାତିରେ ବିବାହ ହେତୁ ମୃତ୍ୟୁପରେ ମିଳିଲାନି ଚାରିକାନ୍ଧ

ସୂଚନା ମୁତାବକ ପୁରୁଣାକଟକ ଅଞ୍ଚଳର ଜଣେ ବ୍ୟକ୍ତି ଅନ୍ୟ ଜାତିରେ ବିବାହ କରିଥିଲେ । ତେବେ ସେ ଗତ କିଛି ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ହୋଇ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ବୁଧବାର ତାଙ୍କ ମୃତ ଶରୀରକୁ ତାଙ୍କ ଗ୍ରାମକୁ ପଠାଯାଇଥିଲା । କିନ୍ତୁ ଅନ୍ୟ ଜାତିରେ ବିବାହ ହେତୁ ଗ୍ରାମବାସୀ କିମ୍ବା ପରିବାର ଲୋକେ କେହି ଅନ୍ତିମ ସତ୍କାର ପାଇଁ ବାହାରି ନଥିଲେ ।

ଶେଷରେ ବୌଦ୍ଧ ର ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତିର ସଦସ୍ୟମାନେ ଯାଇ ଅନ୍ତିମ ସଂସ୍କାର କରିଥିଲେ । ଏଭଳି ଘଟଣା ବର୍ତ୍ତମାନ ଆମ ବିଧି ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Oct 15, 2020, 9:02 AM IST

ABOUT THE AUTHOR

...view details