ବୌଦ୍ଧ: ଜିଲ୍ଲାରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଏନେଇ ଜିଲ୍ଲାର ବସ୍ତି ସମେତ ସାତୋଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ଜିଲ୍ଲାପାଳ ।
କୋରୋନା ସଂକ୍ରମଣର ଦ୍ବିତୀୟ ଲହରୀ ଦ୍ରୁତ ଗତିରେ ମାଡି ଚାଲିଛି । ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଜିଲ୍ଲାରେ ତିନି ଦିନ ମଧ୍ୟରେ ତିନି ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଛି । ବୌଦ୍ଧ ଜିଲ୍ଲା ସଦର ମହକୁମା କୋରୋନାର ହଟସ୍ପଟ ପାଲଟିଥିବାବେଳେ ଜିଲ୍ଲାର ସାତୋଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ଜିଲ୍ଲାପାଳ ।