ଓଡିଶା

odisha

ETV Bharat / state

ସୁସ୍ଥ ହୋଇ ଦର୍ଶନ ଦେଲେ ମହାପ୍ରଭୁ, ଭାବବିହ୍ବଳ ଭକ୍ତଗଣ - ମହାବାହୁ

ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ହେତୁ ଜ୍ବରରେ ପଡି ଅଣସର ଘରେ ଥିଲେ ଚତୁର୍ଦ୍ଧାମୂର୍ତ୍ତି । ହେଲେ ଦୀର୍ଘ ଦିନର ଅସୁସ୍ଥତା ପରେ ମଙ୍ଗଳବାର ସୁସ୍ଥ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Jul 2, 2019, 5:00 PM IST

ବୌଦ୍ଧ: ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସ୍ନାନ ହେତୁ ଜ୍ବରରେ ପଡି ଅଣସର ଘରେ ଥିଲେ ଚତୁର୍ଦ୍ଧାମୂର୍ତ୍ତି । ହେଲେ ଦୀର୍ଘ ଦିନର ଅସୁସ୍ଥତା ପରେ ମଙ୍ଗଳବାର ସୁସ୍ଥ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ଆଉ ମହାପ୍ରଭୁଙ୍କୁ ସୁସ୍ଥ ଅବସ୍ଥାରେ ଦେଖି ଭାବ ବିହ୍ବଳ ହୋଇ ପଡିଛନ୍ତି ଭକ୍ତଗଣ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଶ୍ରୀମନ୍ଦିରର ନୀତିକାନ୍ତି ଅନୁଯାୟୀ ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରରେ ନୀତିକାନ୍ତି ସମ୍ପନ୍ନ ହୋଇଥାଏ । ତେଣୁ ମଙ୍ଗଳବାର ଅଣସର ଘରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ସୁସ୍ଥ ହେବା ପରେ ନେତ୍ରୋତ୍ସବରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ବଡ ଠାକୁରଙ୍କର ଏହି ଦୁର୍ଲଭ ନବଯୌବନ ଦର୍ଶନ କରି ପୂଣ୍ୟ ପ୍ରାପ୍ତି ହେବା ସହ ଆଶ୍ବସ୍ତ ହୋଇଛନ୍ତି ଭକ୍ତଗଣ ।

ଅନ୍ୟପଟେ ଘୋଷଯାତ୍ରାକୁ ରହିଛି ଆଉ ମାତ୍ର ଗୋଟିଏ ଦିନ । ଏନେଇ ମଙ୍ଗଳବାର ସକାଳେ ନେତ୍ରୋତ୍ସବ ଅବସରରେ ରଥ ଉପରେ ବନ୍ଧା ହୋଇଛି ଧ୍ବଜା । ତେଣେ ନେତ୍ରୋତ୍ସବ ପାଇଁ ଚଳଚଞ୍ଚଳ ହୋଇଉଠିଛି ମନ୍ଦିର ପରିସର ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details