ଓଡିଶା

odisha

ETV Bharat / state

ସ୍ବାସ୍ଥ୍ୟସେବା ସଚେତନତା ପାଇଁ ଜନ ପ୍ରତିନିଧିଙ୍କ ସହଯୋଗ ଲୋଡିଲା ସ୍ବାସ୍ଥ୍ୟ ବିଭାଗ - ବୌଦ୍ଧ ସରକାରୀ ସ୍ବାସ୍ଥ୍ୟ ସେବା

ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ସରକାରୀ ସ୍ବାସ୍ଥ୍ୟ ସେବା । ବୌଦ୍ଧ ଜିଲ୍ଲାର ଜିଲ୍ଲାର ବିଭିନ୍ନ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ପ୍ରତି ଜନସଚେତନା ସୃଷ୍ଟି କରିବା ପାଇଁ ଲୋକ ପ୍ରତିନିଧିଙ୍କ ସହଯୋଗ ଲୋଡିଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢ଼ନ୍ତୁ

sensitization meeting on health and family welfare activities in boudh
ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ପାଇଁ ଜନପ୍ରତିନିଧିଙ୍କ ସହଯୋଗ ଲୋଡିଲା ସ୍ବାସ୍ଥ୍ୟ ବିଭାଗ

By

Published : May 21, 2022, 12:45 PM IST

ବୌଦ୍ଧ:ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ସରକାରୀ ସ୍ବାସ୍ଥ୍ୟ ସେବା । ବୌଦ୍ଧ ଜିଲ୍ଲାର ଜିଲ୍ଲାର ବିଭିନ୍ନ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ପ୍ରତି ଜନସଚେତନା ସୃଷ୍ଟି କରିବା ପାଇଁ ଲୋକ ପ୍ରତିନିଧିଙ୍କ ସହଯୋଗ ଲୋଡିଲା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ବୌଦ୍ଧ ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ଲୋକେ ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ରହିଛନ୍ତି ।

ଉପାନ୍ତ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ପାଇଁ ଜନପ୍ରତିନିଧିଙ୍କ ସହଯୋଗ ଲୋଡିଲା ସ୍ବାସ୍ଥ୍ୟ ବିଭାଗ

ଫଳରେ ଉକ୍ତ ଅଞ୍ଚଳରେ ମ୍ୟାଲେରିଆ, ଫାଲେରିଆ, TB ଓ କୁଷ୍ଠ ଭଳି ରୋଗର ଉତ୍ତମ ଚିକିତ୍ସା ନ ପାଇଁ ରୋଗୀମାନେ ମୃତ୍ୟୁବରଣ କରୁଛନ୍ତି । ଜନସଚେତନତା ଅଭାବରୁ ଲୋକେ କୁସଂସ୍କାର ତଥା ଗୁଣିଗାରେଡ଼ିର ପନ୍ଥା ଆପଣାଉଛନ୍ତି । ଏହାକୁ ଦୂର କରିବା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସମସ୍ତ ଜିଲ୍ଲା ପରିଷଦ ଓ ବ୍ଲକର ନିର୍ବାଚିତ ପ୍ରତିନିଧିଙ୍କ ସହଯୋଗ ଲୋଡିଛି । ଏନେଇ ଶୁକ୍ରବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହେବାସହ ଲୋକଙ୍କୁ ନିକଟରେ ଉପଯୁକ୍ତ ଚିକିତ୍ସା ପହଞ୍ଚିବା ନେଇ ପଦକ୍ଷେପମାନ ନିଆଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details