ଓଡିଶା

odisha

ETV Bharat / state

ବୌଦ୍ଧର ବରିଷ୍ଠ ନାଗରିକଙ୍କୁ ଭୁଲିଗଲେ ସରକାର, ତୀର୍ଥଯାତ୍ରାରେ ସୁଯୋଗ ଦାବିରେ ବିକ୍ଷୋଭ - ବୌଦ୍ଧ ମନମୁଣ୍ଡା ଥାନା ତିନି ନମ୍ବର ଜୋନ

ବୌଦ୍ଧର ମନମୁଣ୍ଡା ଥାନା ଅନ୍ତର୍ଗତ ତିନି ନମ୍ବର ଜୋନର ଶତାଧିକ ବରିଷ୍ଠ ନାଗରିକ ମଙ୍ଗଳବାର ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ତୀର୍ଥ ଭ୍ରମଣରେ ସ୍ଥାନ ମିଳୁନଥିବା ଅଭିଯୋଗ କରି ଧାରଣାରେ ବସିଥିଲେ । ଅଧିକ ପଢନ୍ତୁ...

ବରିଷ୍ଠ ନାଗରିକଙ୍କୁ ତୀର୍ଥ ଭ୍ରମଣ ସୁଯୋଗ ମିଳିବା ଦାବିରେ ବିକ୍ଷୋଭ
ବରିଷ୍ଠ ନାଗରିକଙ୍କୁ ତୀର୍ଥ ଭ୍ରମଣ ସୁଯୋଗ ମିଳିବା ଦାବିରେ ବିକ୍ଷୋଭ

By

Published : Dec 24, 2019, 5:09 PM IST

ବୌଦ୍ଧ: ଉଚିତ ସମ୍ମାନ ଓ ତୀର୍ଥଯାତ୍ରାରେ ସାମିଲ କରାଯାଉ ନଥିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ବରିଷ୍ଠ ନାଗରିକ ।

ବରିଷ୍ଠ ନାଗରିକଙ୍କୁ ତୀର୍ଥ ଭ୍ରମଣ ସୁଯୋଗ ମିଳିବା ଦାବିରେ ବିକ୍ଷୋଭ

ବୌଦ୍ଧର ମନମୁଣ୍ଡା ଥାନା ଅନ୍ତର୍ଗତ ତିନି ନମ୍ବର ଜୋନର ଶତାଧିକ ବରିଷ୍ଠ ନାଗରିକ ମଙ୍ଗଳବାର ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ତୀର୍ଥ ଭ୍ରମଣରେ ସ୍ଥାନ ମିଳୁନଥିବା ଅଭିଯୋଗ କରି ଧାରଣାରେ ବସିଥିଲେ । କେବଳ ତିନି ନମ୍ବର ଜୋନର ଦୁଇ ଶହ 72 ଜଣ ବରିଷ୍ଠ ନାଗରିକ ଗତବର୍ଷଠାରୁ ସରକାରଙ୍କ ତୀର୍ଥଯାତ୍ରା ଯୋଜନାରେ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ସୂଚନା ଦିଆଯାଉନଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାସହ ଏମାନଙ୍କ ମଧ୍ୟରୁ ଅଧିକାଂଶ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ମଧ୍ୟ ମନମୁଣ୍ଡା ଥାନା ପକ୍ଷରୁ ଯୋଗାଇ ଦିଆଯାଉ ନଥିବାରୁ ବହୁ ଅସୁବିଧା ସୃଷ୍ଟି ହେଉଛି।

ମଙ୍ଗଳବାର ଶତାଧିକ ବରିଷ୍ଠ ନାଗରିକ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣାରେ ବସିଥିଲେ । ଜିଲ୍ଲାପାଳ ଅନୁପସ୍ଥିତ ଥିବାରୁ ସହକାରୀ ଜିଲ୍ଲାପାଳ ଦେବାଶିଷ ପାଣ୍ଡିଆ ଦାବିପତ୍ର ଗ୍ରହଣ କରିଥିଲେ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details