ଓଡିଶା

odisha

ETV Bharat / state

ବୌଦ୍ଧ, ନୟାଗଡରେ ସ୍ବାୟତ୍ତ ଶାସନ ଦିବସ ପାଳିତ - boudha district news

ବୌଦ୍ଧ ଓ ନୟାଗଡରେ ପାଳିତ ହେଲା ସ୍ବାୟତ୍ତ ଶାସନ ଦିବସ । ଉଭୟ ଜିଲ୍ଲାରେ ବିଭିନ୍ନ ପ୍ରରଳ୍ପର ଶିଳାନ୍ୟାସ ଓ କିଛି ପ୍ରକଳ୍ପ ହେଲା ଉଦ୍ଘାଟିତ । ଅଧିକ ପଢନ୍ତୁ...

ବୌଦ୍ଧ ଓ ନୟାଗଡରେ ପାଳିତ ହେଲା ସ୍ବାଂୟତ ଶାସନ ଦିବସ
ବୌଦ୍ଧ ଓ ନୟାଗଡରେ ପାଳିତ ହେଲା ସ୍ବାଂୟତ ଶାସନ ଦିବସ

By

Published : Aug 31, 2021, 11:01 PM IST

ବୌଦ୍ଧ/ନୟାଗଡ:ଆଜି (ମଙ୍ଗଳବାର) ସ୍ବାୟତ୍ତ ଶାସନ ଦିବସ । ବୌଦ୍ଧ ଓ ନୟାଗଡ ଜିଲ୍ଲାରେ ପାଳିତ ହୋଇଛି ସ୍ବାୟତ୍ତ ଶାସନ ଦିବସ । ଉଭୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଉଭୟ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଅବସରରେ ଏକାଧିକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ଅତିଥି । ବୌଦ୍ଧ ଜିଲ୍ଲାରେ ସ୍ଥାନୀୟ ବିଧାୟକ ପ୍ରଦୀପ ଅମାତ ଅତିଥି ଭାବେ ଯୋଗ ଦେଇଥିବାବେଳେ, ନୟାଗଡରେ କୃଷି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅରୁଣ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ ।

ବୌଦ୍ଧରେ ପାଳିତ ହେଲା ସ୍ବାଂୟତ ଶାସନ ଦିବସ

ବୌଦ୍ଧରେ ଆଜି ଅବସରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦଘାଟନ ସହ ଶିଳାନ୍ୟାସ କରାଯାଇଥିଲା । ବୌଦ୍ଧ ଜିଲ୍ଲାର ସଦର ମହକୁମାରେ 1961 ମସିହାରେ ବୌଦ୍ଧଗଡ ଏନଏସି ପ୍ରତିଷ୍ଠା କରାଯାଇଥିଲା । ପୌର ପରିଷଦ ନିଜର 60ବର୍ଷ ଉତ୍ସବ ପାଳନ କରିଥିଲା । ପୌର ସଭାପତି ଦାୟିତ୍ବରେ ଥିବା ବୌଦ୍ଧ ଜିଲ୍ଲାପାଳଙ୍କ ଉପସ୍ଥିତିରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ଭୋବେ ଯୋଗ ଦେଇଥିଲେ ।

ନୟାଗଡରେ ପାଳିତ ହେଲା ସ୍ବାଂୟତ ଶାସନ ଦିବସ

ବିଶେଷ ଭାବରେ ଜିଲ୍ଲା ସଦର ମହକୁମାରେ ଭୁଶୁଡି ପଡିଥିବା ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା, ଗଡଖାଇର ପୁନରୁଦ୍ଧାର ପାଇଁ ରାଜ୍ୟ ସରକାରଙ୍କ ସହାୟତାରେ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା । ସେପଟେ ଆଜି ବୌଦ୍ଧ ଡାକ୍ତରଖାନା ପରିସରରେ ଦୀର୍ଘ ଦିନରୁ ଅଚଳ ହୋଇପଡିଥିବା ଚକ୍ଷୁ ଚିକିତ୍ସାଳୟର ପୁନଃକାର୍ଯ୍ୟକ୍ଷମ ହେବା ସହ 2କୋଟି ଟଙ୍କା ବ୍ୟୟରେ ନିର୍ମିତ RT-PCR ଲ୍ୟାବକୁ ବିଧାୟକ ଓ ଜିଲ୍ଲାପାଳ ବୁଲି ଦେଖିଥିଲେ ।

ସେହିପରି ନୟାଗଡ଼ ପୌରପାଳିକା ପକ୍ଷରୁ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ 2021 ପଠାଣି ସାମନ୍ତ ଅଡିଟୋରିଅମ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଟ୍ରାଫିକ ସମସ୍ୟା ଦୂରୀଭୂତ ପାଇଁ ଫ୍ଲାଏ ଓଭର, ନୟାଗଡ଼ର ଆକର୍ଷଣ ବୃଦ୍ଧି ପାଇଁ ବିଶ୍ବସ୍ତରୀୟ ବଲାଙ୍ଗି ବନ୍ଧ କାର୍ଯ୍ୟ ଆଗେଇ ଚାଲିଛି l ଯେଉଁଥିରେ ରୋପ-ୱେ ଏବଂ ସୁନ୍ଦର ପାର୍କର ବ୍ୟବସ୍ଥା ରହିବ l ଏ ସବୁ ନୟାଗଡ଼ ରୂପକୁ ଏକ ସ୍ବତନ୍ତ୍ର ସ୍ଥାନ ଦେବ ବୋଲି ଆଜିର ସଭାରେ ମତ ପ୍ରକାଶ ପାଇଛି l ଆଜିର କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ତଥା ସ୍ଥନୀୟ ବିଧାୟକ ଅରୁଣ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ନୟାଗଡ଼କୁ ଏକ ସ୍ବଚ୍ଛ ସବୁଜ ସହରରେ ଗଢ଼ି ତୋଳିବା ପାଇଁ ସହରରେ ଥିବା ସମସ୍ୟା କିଭଳି ସମାଧାନ ହେବ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି l ଅନ୍ୟତମ ଅତିଥି ଭାବେ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ଏବଂ ନୟାଗଡ଼ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ପ୍ରମୁଖ ଯୋଗଦେଇଥିଲେ l ଏହି ଅବସରରେ ପୌରପାଳିକା ଅଞ୍ଚଳର କିଛି ଭୂମିହୀନ ପରିବାରକୁ ଜମିପଟା ବଣ୍ଟନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା l

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ନୟାଗଡରୁ ଜୟନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details