ଓଡିଶା

odisha

ଟିକା ନେଲେ ରେଜିଷ୍ଟ୍ରି କର୍ମଚାରୀ, ଜମିବାଡି ପଞ୍ଜୀକରଣ ପାଇଁ ଆସିଥିବା ଲୋକ ହନ୍ତସନ୍ତ

By

Published : Feb 8, 2021, 4:07 PM IST

ସାରା ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣରେ ଆରମ୍ଭ ହୋଇଛି । ସୋମବାର ରେଜିଷ୍ଟ୍ରି କାର୍ଯ୍ୟାଳୟର କର୍ମଚାରୀମାନେ ଟିକା ଗ୍ରହଣ ପରେ କାର୍ଯ୍ୟାଳୟକୁ ନ ଆସିବାରୁ ଦୂରଦୂରାନ୍ତରୁ ଜମିବାଡ଼ି କିଣାବିକା ପଞ୍ଜୀକରଣ ପାଇଁ ଆସିଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଟିକା ନେଲେ ରେଜିଷ୍ଟ୍ରି କର୍ମଚାରୀ
ଟିକା ନେଲେ ରେଜିଷ୍ଟ୍ରି କର୍ମଚାରୀ

ବୌଦ୍ଧ: ସାରା ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣରେ ଆରମ୍ଭ ହୋଇଛି । ଶନିବାର ବୌଦ୍ଧ ଜିଲ୍ଲାପାଳ ଓ ଏସପି ଟିକା ଗ୍ରହଣ କରିଥିଲେ । ସୋମବାର ବୌଦ୍ଧ ଏନଏସିର ସଫେଇ କର୍ମଚାରୀଙ୍କ ସହିତ ସମୁଦାୟ ଦଶ ଗୋଟି ସରକାରୀ ବିଭାଗର କର୍ମଚାରୀ ଟିକା ଗ୍ରହଣ କରିଛନ୍ତି । ସେହିପରି ବଲାସିଙ୍ଘା ସ୍ଥିତ ପଞ୍ଚମ ଆଇଆରବି ବାଟାଲିୟନର କୋରୋନା ଯୋଦ୍ଧା ସିପାହୀମାନଙ୍କୁ ମଧ୍ୟ ଏହି ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି ।

ଟିକା ନେଲେ ରେଜିଷ୍ଟ୍ରି କର୍ମଚାରୀ

ସେପଟେ ରେଜିଷ୍ଟ୍ରି କାର୍ଯ୍ୟାଳୟର କର୍ମଚାରୀମାନେ ଟିକା ଗ୍ରହଣ ପରେ କାର୍ଯ୍ୟାଳୟକୁ ନ ଆସିବାରୁ ଦୂରଦୂରାନ୍ତରୁ ଜମିବାଡ଼ି ପଞ୍ଜୀକରଣ ପାଇଁ ଆସିଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାପଡିଛି । ଏଥିପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ କାହିଁକି ପୂର୍ବ ସୂଚନା କିମ୍ବା ନୋଟିସ ମାଧ୍ୟମରେ ଜଣାଗଲା ନାହିଁ ବୋଲି ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିରେ ରାଜସ୍ବ ମଧ୍ୟ କ୍ଷତି ହୋଇଥିବା ଅଭିଯୋଗ ହୋଇଛି । ତେବେ ଆଜି(ସୋମବାର)ର ଷ୍ଟାମ୍ପ ଓ ଦଲିଲ ମଙ୍ଗଳବାର ରେଜେଷ୍ଟ୍ରି କରାଯିବ ବୋଲି ବିଭାଗ ସୂଚନା ଦେଇଛି ।

ଟିକା ନେଲେ ରେଜିଷ୍ଟ୍ରି କର୍ମଚାରୀ

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details