ବୌଦ୍ଧ:ଶିକ୍ଷାର ନଗ୍ନ ଚିତ୍ର । ଶ୍ରେଣୀଗୃହରେ ପାଠ ପଢିବା ସମୟରେ ବିଦ୍ୟାଳୟ ପାଚେରୀ ରଙ୍ଗ କରୁଛନ୍ତି ଛାତ୍ର । ଏଭଳି ଅଭାବନୀୟ ଦୃଶ୍ୟ ଏବେ ଜିଲ୍ଲା ଶିକ୍ଷା ବିଭାଗର ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର କିଛି କିଲୋମିଟର ଦୂର 57 ନମ୍ବର ଜାତୀୟ ରାଜପଥ କଡରେ ଥିବା କରଡାକୋଠା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।
ପଢିବା ବଦଳରେ ସ୍କୁଲ କାନ୍ଥ ରଙ୍ଗ ଦେଉଛନ୍ତି ଛାତ୍ର - କରଡାକୋଠା ପ୍ରାଥମିକ ବିଦ୍ୟାଳୟ
ଶ୍ରେଣୀଗୃହରେ ପାଠ ପଢିବା ସମୟରେ ବିଦ୍ୟାଳୟ ପାଚେରୀ ରଙ୍ଗ କରୁଛନ୍ତି ଛାତ୍ର । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର କିଛି କିଲୋମିଟର ଦୂର 57 ନମ୍ବର ଜାତୀୟ ରାଜପଥ କଡରେ ଥିବା କରଡାକୋଠା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ।
ବିଦ୍ୟାଳୟର ପାଚେରୀ ରଙ୍ଗ କରୁଛନ୍ତି ଦୁଇ ଜଣ ନାବାଳକ ଛାତ୍ର । ସରକାର ଶିକ୍ଷାର ବିକାଶ ତଥା ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ପାଇଁ ବିଭିନ୍ନ ଯୋଜନା କରୁଥିବାବେଳେ ଏଭଳି ଦୃଶ୍ୟ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ନାବାଳକ ଦୁଇ ଜଣଙ୍କୁ କିଏ କାର୍ଯ୍ୟରେ ନିୟୋଜିତ କଲା ତାର ସଠିକ ସୂଚନା ନଥିଲେ ମଧ୍ୟ ବିଦ୍ୟାଳୟର ଶିକ୍ଷକ କିଭଳି ଅଜ୍ଞାନ ସାଜିଲେ ସେନେଇ ସନ୍ଦେହ ସୃଷ୍ଟି ହୋଇଛି । ବୁଦ୍ଧିଜୀବୀ ଏସମ୍ପର୍କରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଏହାର ଦୃଢ ନିନ୍ଦା କରିଛନ୍ତି । ଜିଲ୍ଲା ଶିକ୍ଷା ଅଧିକାରୀ ଏନେଇ ତାଙ୍କ ନିକଟରେ କୌଣସି ସୂଚନା ନଥିବା କହିବା ସହ ଏସମ୍ପର୍କରେ ତଦନ୍ତ କରିବେ ବୋଲି କହିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ