ଓଡିଶା

odisha

ETV Bharat / state

କୋରୋନା କଟକଣା ମଧ୍ୟରେ ଖୋଲିଲା ସ୍କୁଲ, ଡ୍ରାଏ ରନ୍ ଅନୁଷ୍ଠିତ

ଦୀର୍ଘ ନ ମାସ ପରେ ଖୋଲିଲା ବିଦ୍ୟାଳୟ । ଏନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋରୋନା ଟୀକାକରଣ ପାଇଁ ଡ୍ରାଏ ରନ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

school-open-from-today-under-covid-19-guidelines
କୋରୋନା କଟକଣା ମଧ୍ୟରେ ଖୋଲିଲା ସ୍କୁଲ, ଡ୍ରାଏ ରନ ଅନୁଷ୍ଠିତ

By

Published : Jan 8, 2021, 9:50 PM IST

ବୌଦ୍ଧ: ଦୀର୍ଘ ନ ମାସ ପରେ ଖୋଲିଲା ବିଦ୍ୟାଳୟ । ଏନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋରୋନା ଟୀକାକରଣ ପାଇଁ ଡ୍ରାଏ ରନ ଅନୁଷ୍ଠିତ ହୋଇଛି ।

କୋରୋନା କଟକଣା ମଧ୍ୟରେ ଖୋଲିଲା ସ୍କୁଲ, ଡ୍ରାଏ ରନ ଅନୁଷ୍ଠିତ

ଦୀର୍ଘ ନ ମାସର ବ୍ୟବଧାନ ପରେ ଶୁକ୍ରବାର କୋରୋନା କଟକଣା ମଧ୍ୟରେ ବିଦ୍ୟାଳୟ ଖୋଲିଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ସତୁରୀରୁ ଉର୍ଦ୍ଧ୍ବ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକୁ ଖୋଲିବାକୁ ଅନୁମତି ଦିଆଯାଇଛି । ଆଜି ବିଦ୍ୟାଳୟ ଖୋଲିବା ପରେ ଛାତ୍ରଛାତ୍ରୀ ବେଶ୍ ଆନନ୍ଦିତ ଥିଲେ ।

ସେପଟେ ଶୁକ୍ରବାର ବୌଦ୍ଧ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମନମୁଣ୍ଡା ଓ ବାଉଁଶୁଣୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ କୋରୋନା ଟୀକାକରଣ ପାଇଁ ଅଭ୍ୟାସ ବା ଡ୍ରାଏ ରନ କରାଯାଇଥିଲା । ଦୁଇଟି ପର୍ଯ୍ୟାୟରେ ଏହି ଟୀକାକୁ କିଭଳି ପ୍ରଦାନ କରାଯିବ ଓ ସେନେଇ କଣ କଣ ବ୍ୟବସ୍ଥା କରାଯାଇଛି ସେନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ଗତ ଦୁଇ ତାରିଖରେ ମଧ୍ୟ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଡ୍ରାଏ ରନର ଡେମୋ ବୌଦ୍ଧ ଠାରେ ଅନୁଷ୍ଠିତ ହୋଇଥିଲା ।




ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ABOUT THE AUTHOR

...view details