ବୌଦ୍ଧ: ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଚାଲିଛି ଖେଳ । ଶିକ୍ଷକଙ୍କ ବଦଳି ଆରମ୍ଭ ହେଲେ ଆରମ୍ଭ ହୋଇଯାଉଛି ବିଦ୍ୟାଳୟରେ ତାଲାପକା ଅଭିଯାନ । ଏପଟେ ଦିନେ ନୁହେଁ କି ଦୁଇ ଦିନ ନୁହେଁ, ଅନିଶ୍ଚିତକାଳ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବା ସହ ଛାତ୍ରଛାତ୍ରୀଙ୍କ ପାଠପଢା ମଧ୍ୟ ଅନିଶ୍ଚିତତା ଦିଗକୁ ଠେଲି ହୋଇଯାଇଛି ।
ବୌଦ୍ଧର ବାଗଡିଆ ପ୍ରାଥମିକ ବିଦ୍ୟାଳୟରେ ଗତ ସୋମବାର ଦିନଠାରୁ ଜଣେ ଶିକ୍ଷକଙ୍କ ବଦଳିକୁ ନେଇ ସ୍କୁଲରେ ତାଲା ଝୁଲିଛି । ତାଲା ପୁଣି ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ଆଠ ଦିନ ହେଲା ପଡିଛି । ଫଳରେ ସ୍କୁଲକୁ ପିଲା ଆସି ଗଛତଳେ ବସି ବସି ଫେରିଯାଉଛନ୍ତି ।