ଓଡିଶା

odisha

ETV Bharat / state

MGNREGA ଯୋଜନା ଅର୍ଥ ହରିଲୁଟ୍‌, ରାତିସାରା ଧାରଣାରେ ବସିଲେ ଗ୍ରାମବାସୀ - ବୌଦ୍ଧରେ ମନରେଗା ଯୋଜନାର ଦୁର୍ନୀତି

କଣ୍ଟାମାଳ ବ୍ଲକର ସଦର ପଞ୍ଚାୟତରେ ମନରେଗା(MGNREGA) ଯୋଜନାରେ ମହାଦୁର୍ନୀତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାତିସାରା ଧାରଣାରେ ସର୍ଗିପାଲି ଗ୍ରାମବାସୀ । ଅଧିକ ପଢନ୍ତୁ

ମନରେଗା ଯୋଜନାର ଅର୍ଥ ହରିଲୁଟ, ରାତିସାରା ଧାରଣାରେ ବସିଲେ ଗ୍ରାମବାସୀ
ମନରେଗା ଯୋଜନାର ଅର୍ଥ ହରିଲୁଟ, ରାତିସାରା ଧାରଣାରେ ବସିଲେ ଗ୍ରାମବାସୀ

By

Published : Jun 7, 2022, 1:21 PM IST

ବୌଦ୍ଧ:କଣ୍ଟାମାଳ ବ୍ଲକର ଅନେକ ପଞ୍ଚାୟତରେ ମନରେଗା(MGNREGA) ଯୋଜନାରେ ଚାଲିଛି ମହାଦୁର୍ନୀତି । ରାଜନୈତିକ ଛତ୍ରଛାୟା ତଳେ ରହି କୁଜି ନେତା, ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଛି ସରକାରୀ ଅର୍ଥର ହରିଲୁଟ । ଆଉ ନୀରବ ଦ୍ରଷ୍ଟା ସାଜିଛି ବ୍ଲକ ପ୍ରଶାସନ । ଏଥିରେ ଯିଏ ବିରୋଧ କରୁଛି ତାକୁ ସରକାରୀ ନାଲି ଆଖି ଓ ପୋଲିସର ଜୁଲୁମ ମଧ୍ୟ ସହିବାକୁ ପଡୁଛି । ଏଭଳି ଅଭିଯୋଗ ଆସିଛି କଣ୍ଟାମାଳ ବ୍ଲକର ସଦର ପଞ୍ଚାୟତରୁ । ଯାହାକୁ ବିରୋଧ କରି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ରାତିସାରା ଧାରଣାରେ ବସିଥିଲେ ସର୍ଗିପାଲି ଗ୍ରାମବାସୀ ।

ମନରେଗା ଯୋଜନାର ଅର୍ଥ ହରିଲୁଟ, ରାତିସାରା ଧାରଣାରେ ବସିଲେ ଗ୍ରାମବାସୀ

ସୂଚନା ଅନୁଯାୟୀ ସର୍ଗିପାଲି ଗ୍ରାମ ରାସ୍ତାରେ ମନରେଗା ଯୋଜନାରେ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା । କିନ୍ତୁ ଉକ୍ତ ରାସ୍ତାରେ ଆଦୌ ମାଟି ମୋରମ କାର୍ଯ୍ୟ କରାନଯାଇ ସମ୍ପୂର୍ଣ୍ଣ ସରକାରୀ ଅର୍ଥକୁ ହରିଲୁଟ କରିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ । ତେବେ ଅଭିଯୋଗ ପରେ ମଧ୍ୟ ପୂନର୍ବାର ବିଲ ପୈଠ ନହେବାରୁ ସୋମବାର ସର୍ଗିପାଲି ଗ୍ରାମବାସୀ ଉତ୍ୟକ୍ତ ହୋଇ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣା ଦେଇଥିଲେ ।

ବିଳମ୍ବିତ ରାତିରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ, ଆମ୍ବ୍ରସମେନ ଓ ପୋଲିସ ଅଧିକାରୀଙ୍କ ଉପସ୍ଥିତରେ ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ଏହି ସରକାରୀ ଅର୍ଥର ହରିଲୁଟ୍‌ ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ରାତି ତମାମ ଧାରଣାରେ ଦେଇଥିଲେ ଗ୍ରାମବାସୀ । ତେବେ ଜିଲ୍ଲାରେ ବାରମ୍ବାର ମନରେଗା ଯୋଜନାରେ ଏଭଳି ଅଭିଯୋଗ ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଅନେକ ସ୍ଥାନରେ ଏଭଳି ଜନ ଅସନ୍ତୋଷ ପ୍ରକାଶ ପାଇଛି ।

ABOUT THE AUTHOR

...view details