ଓଡିଶା

odisha

ସମସ୍ୟା ଘେରରେ ମନମୁଣ୍ଡା, ସମାଧାନ ପାଇଁ ସରପଞ୍ଚଙ୍କ ଦାବି

ସମସ୍ୟା ଘେରରେ ପ୍ରାଚୀନ ତଥା ଐତିହାସିକ ଅଞ୍ଚଳ ମନମୁଣ୍ଡା । ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି ସରପଞ୍ଚ । ଅଧିକ ପଢନ୍ତୁ

By

Published : Jul 3, 2023, 3:10 PM IST

Published : Jul 3, 2023, 3:10 PM IST

problems of manmunda village
problems of manmunda village

ସମସ୍ୟା ଘେରରେ ମନମୁଣ୍ଡା

ବୌଦ୍ଧ: ଦୁଇଟି ନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ପ୍ରାଚୀନ ସହର । ଯାହା ବର୍ତ୍ତମାନ ବିଭିନ୍ନ ସମସ୍ୟା ଘେରରେ ଛନ୍ଦି ହୋଇ ରହିଛି । ଉଭୟ ମହାନଦୀ ଓ ତେଲନଦୀର କୂଳରେ ଥାଇ ମଧ୍ୟ ଅଞ୍ଚଳବାସୀ ପାନୀୟଜଳ ପାଇଁ ଦୁର୍ଦ୍ଦଶା ଭୋଗୁଛନ୍ତି । ନଦୀ ତଟ ସୁରକ୍ଷା ଠାରୁ ନେଇ ତେଲ ନଦୀରେ ଦ୍ବିତୀୟ ସେତୁର ଆବଶ୍ୟକତା ରହିଥିବା ନେଇ ଦୀର୍ଘ ବର୍ଷ ହେଲା ଉକ୍ତ ଅଞ୍ଚଳ ଲୋକ ଦାବି କରି ଆସୁଛନ୍ତି ।

ଏହା ମଧ୍ୟ ପଢନ୍ତୁ- ଶ୍ରୀମନ୍ଦିର ରୋଶଶାଳାରୁ ବାହାରୁଥିବା ପେଜରୁ ବାହାରିବ ବିଶୁଦ୍ଧ ଜଳ, ଅତ୍ୟାଧୁନିକ ଟ୍ରିଟମେଣ୍ଟ ପ୍ଲାଣ୍ଟ ନିର୍ମାଣ କରିବ OBCC

ଜିଲ୍ଲାର ଅନ୍ୟତମ ପ୍ରାଚୀନ ତଥା ଐତିହାସିକ ଅଞ୍ଚଳ ମନମୁଣ୍ଡା । ଉଭୟ ତେଲନଦୀ ଓ ମହାନଦୀର ସଙ୍ଗମ ସ୍ଥଳରେ ଅବସ୍ଥିତ ମନମୁଣ୍ଡା । ଏହା ଏକ ପଞ୍ଚାୟତ ହୋଇଥିଲେ ମଧ୍ୟ ଏଠାକାର ବ୍ୟବସାୟ, ଥାନା, ବ୍ୟାଙ୍କ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଅଞ୍ଚଳର ଦଶରୁ ଊର୍ଦ୍ଧ୍ବ ପଞ୍ଚାୟତର ଅଧିବାସୀ ନିର୍ଭରଶୀଳ । ହେଲେ ଏଠାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ମନମୁଣ୍ଡାଠାରୁ ସୋନପୁରକୁ ସଂଯୋଗ କରୁଥିବା ତେଲନଦୀ ସେତୁ ବର୍ତ୍ତମାନ ଅତ୍ୟନ୍ତ ବିପଦ ସଙ୍କୁଳ ହୋଇଥିବାରୁ ସେଠାରେ ଦ୍ବିତୀୟ ସେତୁର ଆବଶ୍ୟକତା ରହିଛି ।

ଏହା ମଧ୍ୟ ପଢନ୍ତୁ-ପାଇପ ରାସ୍ତା ସାଜିଛି ଯାତାୟତ ମାଧ୍ୟମ, ସ୍ୱପ୍ନ ପାଲଟିଛି ମୁରାନ ନଦୀ ଉପରେ ସେତୁ ନିର୍ମାଣ

ସବୁଠାରୁ ଆଶ୍ଚର୍ଯ୍ୟର କଥା ମନମୁଣ୍ଡାରେ ଯାତ୍ରୀଙ୍କ ସୁବିଧା ପାଇଁ ବସଷ୍ଟାଣ୍ଡ ଟିଏ ନିର୍ମାଣ ହୋଇପାରି ନାହିଁ । ଫଳରେ ଜାତୀୟ ରାଜପଥରେ ହିଁ ବସ ରହଣି କରିବାକୁ ପଡୁଛି । ଏହାଛଡ଼ା ମହାନଦୀ ଓ ତେଲନଦୀ ତଟରେ ସୁରକ୍ଷା ମଧ୍ୟ ଏକ ବଡ଼ ପ୍ରସଙ୍ଗ ହୋଇ ରହିଛି । ସେପଟେ ତେଲନଦୀ ମଝିରେ ବିଦ୍ୟୁତ ତାର ପାଇଁ ସ୍ବତନ୍ତ୍ର ପୋଲ ବା ଖମ୍ବ ନଥିବାରୁ ବର୍ଷ ତମାମ ତାର ଓହଳି ରହୁଛି । ବ୍ୟାପକ ସମସ୍ୟା ଘେରରେ ଥିବା ମନମୁଣ୍ଡା ଅଞ୍ଚଳକୁ ଏକ ଏନ୍‌ଏସିରେ ପରିଣତ ପାଇଁ ଦୀର୍ଘ ବର୍ଷ ହେଲା ଅଞ୍ଚଳର ଅଧିବାସୀ ଦାବି କରି ଆସୁଥିଲେ ମଧ୍ୟ ଏନେଇ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ କରିଛନ୍ତି ଖୋଦ ସ୍ଥାନୀୟ ସରପଞ୍ଚ । ଆଉ ଗୋଟିଏ ଦିନ ପରେ 5T ସଚିବ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ଗସ୍ତ ଥିବାରୁ ଏନେଇ ସେ ସ୍ବତନ୍ତ୍ର ଦୃଷ୍ଟି ଦେଇ ଅଞ୍ଚଳର ଦାବି ପୂରଣ ପାଇଁ ଅନୁରୋଧ କରାଯାଉଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details