ଓଡିଶା

odisha

ETV Bharat / state

ମହୁଲ ମୂଳ ଆଶ୍ରମ ଠାରେ ଭୀମ ଭୋଇଙ୍କ ଜୟନ୍ତୀ ପାଳିତ - ମହୁଲ ମୂଳ ଆଶ୍ରମ ଭୀମ ଭୋଇଙ୍କ ଜୟନ୍ତୀ

ବୌଦ୍ଧ ଜିଲ୍ଲା ବଲାସିଙ୍ଘା ସ୍ଥିତ ମହୁଲ ମୂଳ ଆଶ୍ରମ ଠାରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ । ମହିମା ଧର୍ମ ଇତିହାସର ମୁକସାକ୍ଷୀ ମହୁଲ ବୃକ୍ଷ ମୂଳରେ ଆଜି ସ୍ବତନ୍ତ୍ର ଭାବରେ ଘୃତାହୂତ ଯଜ୍ଞର ଆୟୋଜନ କରାଯାଇଥିଲା । ଅଧିକ ପଢନ୍ତୁ

ମହୁଲ ମୂଳ ଆଶ୍ରମ ଠାରେ ଭୀମ ଭୋଇଙ୍କ ଜୟନ୍ତୀ ପାଳିତ
ମହୁଲ ମୂଳ ଆଶ୍ରମ ଠାରେ ଭୀମ ଭୋଇଙ୍କ ଜୟନ୍ତୀ ପାଳିତ

By

Published : May 16, 2022, 9:51 PM IST

ବୌଦ୍ଧ: ବୌଦ୍ଧ ଜିଲ୍ଲା ବଲାସିଙ୍ଘା ସ୍ଥିତ ମହୁଲ ମୂଳ ଆଶ୍ରମ ଠାରେ ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ ପାଳିତ । ସନ୍ଥକବିଙ୍କୁ ଆଜି(ସୋମବାର) ବୌଦ୍ଧ ବିଧାୟକ, ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅତିଥିମାନେ ପହଞ୍ଚି ସ୍ମରଣ କରିଛନ୍ତି ।

ମହୁଲ ମୂଳ ଆଶ୍ରମ ଠାରେ ଭୀମ ଭୋଇଙ୍କ ଜୟନ୍ତୀ ପାଳିତ

ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ମହିମା ଧର୍ମର ସଂସ୍ଥାପକ ମହିମା ଗୋସେଇଁ ବଲାସିଙ୍ଘାର ଏହି ପବିତ୍ର ମହୁଲ ବୃକ୍ଷ ତଳେ ପ୍ରଥମ ଶିଷ୍ୟ ଭାବରେ ଗୋବିନ୍ଦ ବାବାଙ୍କୁ ଗ୍ରହଣ କରି ଧର୍ମ ପ୍ରଚାର ଆରମ୍ଭ କରିଥିଲେ ଓ ଦ୍ବିତୀୟ ଶିଷ୍ୟ ଥିଲେ ସନ୍ଥକବି ଭୀମଭୋଇ ।

ମହୁଲ ମୂଳ ଆଶ୍ରମ ଠାରେ ଭୀମ ଭୋଇଙ୍କ ଜୟନ୍ତୀ ପାଳିତ

ଭୀମଭୋଇଙ୍କ ଜନ୍ମ ପଡୋଶୀ ରାଜ୍ୟରେ ହୋଇଥିଲେ ମଧ୍ୟ ସେ ବୌଦ୍ଧ ରାଜ୍ୟର ଅନେକ ଅଞ୍ଚଳରେ ବୁଲି ଧର୍ମ ପ୍ରଚାର ସହିତ ସାହିତ୍ୟ କୃତି ସୃଷ୍ଟି କରିଥିଲେ । ଅଦ୍ୟାବଧି ଉକ୍ତ ପବିତ୍ର ମହୁଲ ବୃକ୍ଷକୁ ମହିମା ଧର୍ମାବଲମ୍ବୀମାନେ ଅତ୍ୟନ୍ତ ନିଷ୍ଠା ଓ ଶ୍ରଦ୍ଧାର ସହିତ ପୂଜାର୍ଚ୍ଚନା କରିଥାନ୍ତି ।

ମହୁଲ ମୂଳ ଆଶ୍ରମ ଠାରେ ଭୀମ ଭୋଇଙ୍କ ଜୟନ୍ତୀ ପାଳିତ
ମହୁଲ ମୂଳ ଆଶ୍ରମ ଠାରେ ଭୀମ ଭୋଇଙ୍କ ଜୟନ୍ତୀ ପାଳିତ
ମହୁଲ ମୂଳ ଆଶ୍ରମ ଠାରେ ଭୀମ ଭୋଇଙ୍କ ଜୟନ୍ତୀ ପାଳିତ

ଆଜି ଭୀମ ଭୋଇଙ୍କ ଜୟନ୍ତୀ ଅବସରରେ ବଲାସିଙ୍ଘାର ମହିମା ବିକାଶ ପରିଷଦ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ସହିତ ମହୁଲ ବୃକ୍ଷ ମୂଳରେ ଘୃତାହୂତ ଯଜ୍ଞର ଆୟୋଜନ କରାଯାଇଥିଲା ।



ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details