ବୌଦ୍ଧ: ଜିଲ୍ଲା ଦେଇ ପ୍ରବାହିତ ମହାନଦୀ ବାଲି ଉପରେ ମାଫିଆଙ୍କ ନଜର । କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ତହସିଲ ଅଧିନରେ ରହିଛି ଅନେକ ବାଲିଘାଟ। ହେଲେ ଏଗୁଡିକ ନିଲାମ କରାଯାଉ ନଥିବାରୁ ପ୍ରତ୍ୟେକ ଦିନ କୋଟି କୋଟି ଟଙ୍କାର ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଜିଲ୍ଲାରେ ହାତ ଗଣତି କେତୋଟି ବାଲିଘାଟକୁ ନିଲାମୀ ଦିଆଯାଇଥିବା ବେଳେ ଅନ୍ୟ ସବୁ ମହାନଦୀର ମୁକୁଳା ବାଲୁକା ଶଯ୍ୟାରୁ ପ୍ରତ୍ୟେକ ଦିନ ଚାଲିଛି ଏଭଳି ଲୁଟ। ଏନେଇ ହରଭଙ୍ଗା ତହସିଲରୁ ଆସିଛି ସାଂଘାତିକ ଅଭିଯୋଗ।
ତେବେ ରାଜସ୍ବ ବିଭାଗର କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି। ଫଳରେ ପ୍ରତ୍ୟେକ ଦିନ ସରକାରଙ୍କ କୋଟିକୋଟି ଟଙ୍କା ରାଜସ୍ବକୁ ଲୁଟ କରୁଛନ୍ତି ମାଫିଆ। କେବଳ ହରଭଙ୍ଗା ବାଲିଘାଟ ଗତ 4 ବର୍ଷ ହେବ ନିଲାମ ହୋଇନଥିବା କହିଛନ୍ତି ଖୋଦ ସରପଞ୍ଚ।