ବୌଦ୍ଧ: ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ତ୍ତମାନ ସଟଡାଉନ ଲାଗୁ ହୋଇଥିବାରୁ ଆଡମ୍ବର ସହକାରେ ପାଳନ ହୋଇ ପାରିଲା ନାହିଁ ସମ୍ବଲପୁରୀ ଦିବସ । ତଥାପି ମଧ୍ୟ ଅନେକ ଲୋକ ସାମାଜିକ ଗଣମାଧ୍ୟମର ଉପଯୋଗ କରି ପୁରୁଣା ସ୍ମୃତିକୁ ପରସ୍ପର ପରସ୍ପରକୁ ଆଦାନ ପ୍ରଦାନ କରିଥିଲେ ।
ବୌଦ୍ଧ ଜିଲ୍ଲାରେ ନିରାଡମ୍ବର ଭାବେ ପାଳିତ ହେଲା ସମ୍ବଲପୁରୀ ଦିବସ - Boudha district
ଅନେକ ଲୋକ ସାମାଜିକ ଗଣମାଧ୍ୟମର ଉପଯୋଗ କରି ପୁରୁଣା ସ୍ମୃତିକୁ ପରସ୍ପର ପରସ୍ପରକୁ ଆଦାନ ପ୍ରଦାନ କରିଥିଲେ ।
ବୌଦ୍ଧ ଜିଲ୍ଲାରେ ନିରାଡମ୍ବର ଭାବେ ପାଳିତ ହେଲା ସମ୍ବଲପୁରୀ ଦିବସ
ବୁଟୁପାଲି ଠାରେ ମହିଳା ମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଗ୍ରାମ ଦେବତୀଙ୍କ ନିକଟରେ ସମ୍ବଲପୁରୀ ଦିବସର ଶୁଭ ମନାସି ଥିଲେ। ସେହିପରି କବିପ୍ରାଣ ନିଜସ୍ୱ ଶୈଳୀରେ ସମ୍ବଲପୁରୀ ଦିବସର ମହାନତାକୁ ମନେ ପକାଇ କବିତା ଆବୃତ୍ତି କରିଥିଲେ । ବୌଦ୍ଧ ଜିଲ୍ଲାର ବୌଦ୍ଧ ଓ କଣ୍ଟାମାଳ ବ୍ଲକରେ ଆଜିର ଏହି ଦିବସକୁ ନେଇ ଯୁବ ବର୍ଗ ଅଧିକ ଉତ୍ସାହିତ ଥିବା ବେଳେ ଲକଡାଉନ ଯୋଗୁଁ ଏହା ଚଳିତ ବର୍ଷ ନିରାଡମ୍ବର ଭାବେ କେବଳ ବିଧି ପାଳନ ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ