ବୌଦ୍ଧ: ପ୍ରତି ବର୍ଷ ଅଗଷ୍ଟ ୧ ତାରିଖକୁ ସମ୍ବଲପୁରୀ ଦିନ ଭାବେ ପାଳନ କରାଯାଉଛି । ୨୦୧୩ ମସିହାରୁ ସାରା ପଶ୍ଚିମ ଓଡ଼ିଶାରେ ଏହି ଦିବସକୁ ପାରମ୍ପରିକ ବସ୍ତ୍ର, ନାଚ, ଗୀତ, ବାଦ୍ୟର ତାଳେ ତାଳେ ପାଳନ କରାଯାଉଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଶୈଳୀରେ ଏହି ସମ୍ବଲପୁରୀ ଦିନକୁ ପାଳନ କରାଯାଇଛି । ବୌଦ୍ଧ ଜିଲ୍ଲା ପ୍ରଶାସନର ଜନଶୁଣାଣୀ ଥିବାବେଳେ ସମସ୍ତ ପ୍ରଶାସନିକ ଅଧିକାରୀମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି କାର୍ଯ୍ୟାଳୟକୁ ଆସିଥିଲେ ।
ସମ୍ବଲପୁରୀ ଦିନରେ ନାଚଗୀତରେ ମସଗୁଲ ବୌଦ୍ଧବାସୀ - ସମ୍ବଲପୁରୀ ଦିନରେ ନାଚଗୀତରେ ମସଗୁଲ ବୌଦ୍ଧବାସୀ
ପ୍ରତିବର୍ଷ ଅଗଷ୍ଟ 1 ତାରିଖରେ ପ୍ରଖ୍ୟାତ ସମ୍ବଲପୁରୀ କବି ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିବସ ଅବସରରେ ସମ୍ବଲପୁରୀ ଦିନ ପାଳନ କରାଯାଉଛି । ବୌଦ୍ଧ ଜିଲ୍ଲାରେ ମଧ୍ୟ ଧୁମଧାମରେ ପାଳିତ ହୋଇଛି ଏହି ଦିବସ । ଅଧିକ ପଢନ୍ତୁ
ଜିଲ୍ଲାର ବିଭିନ୍ନ ସ୍ଥାନରେ ସମ୍ବଲପୁରୀ ଦିନ୍ ଅବସରରେ ପିଠାପଣା ଓ ନାଚଗୀତର ଆୟୋଜନ କରାଯାଇଥିଲା । ବାଉଁଶୁଣୀ ଠାରେ ଅଞ୍ଚଳର କଳାକାର ମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।କାର୍ଯ୍ୟକ୍ରମରେ କଣ୍ଟାମାଳ ବିଧାୟକ ମହୀଧର ରଣା ଯୋଗଦେବା ସହିତ ବିଧାନସଭାରେ ଅଞ୍ଚଳର ବିଧାୟକମାନେ ସମ୍ବଲପୁରୀ ଭାଷାରେ ପ୍ରଶ୍ନ ଉତ୍ତର ରଖିବାକୁ ଆହ୍ବାନ ଦେଇଥିଲେ ।
ସେପଟେ ବୌଦ୍ଧ ଜିଲ୍ଲା ଆଜି ପର୍ଯ୍ୟନ୍ତ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧିନରୁ ସମ୍ବଲପୁର ଅଧିନକୁ ଆସିନଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ସମ୍ବଲପୁରୀ ବସ୍ତ୍ର ପରିଧାନ କରିଥିବାବେଳେ ବିଧାନସଭାରେ ଅଞ୍ଚଳର ବିଧାୟକ ସମ୍ବଲପୁରୀ ଭାଷାର ବ୍ୟବହାର ପାଇଁ ଆହ୍ବାନ ଦେଇଥିଲେ ।
ଇଟିଭି ଭାରତ, ବୌଦ୍ଧ