ଓଡିଶା

odisha

ETV Bharat / state

ଦଶ ଦିନରେ ପୁରୁଣାକଟକରେ ତିନି ଡକାୟତି, ବଢୁଛି ଅସନ୍ତୋଷ - ବୌଦ୍ଧରେ ବଢ଼ିଚାଲିଛି ଅପରାଧ

ପୋଲିସ ଆଖିରେ ଧୂଳି ଦେଇ ଗୋଟିଏ ପରେ ଗୋଟିଏ ଅପରାଧ କରିଚାଲିଛି ଅପରାଧି । ଆଉ ଏମାନଙ୍କ ଟେର ପାଉନି ପୋଲିସ । ଗତ 10 ଦିନ ମଧ୍ୟରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଲଗାତାର ତିନି ତିନିଟି ଚୋରି ଡକାୟତି ଯୋଗୁଁ ସମସ୍ତେ ଆତଙ୍କିତ ହୋଇପଡିଛନ୍ତି । ଅଧିକ ପଢ଼ନ୍ତୁ

Robbery case in boudh
10 ଦିନରେ ତିନୋଟି ଡକାୟତି, ସ୍ଥାନୀୟବାସୀଙ୍କ ଅସନ୍ତୋଷ ପ୍ରକାଶ

By

Published : Jun 11, 2022, 12:52 PM IST

ବୌଦ୍ଧ: ପୋଲିସ ଆଖିରେ ଧୂଳି ଦେଇ ଗୋଟିଏ ପରେ ଗୋଟିଏ ଅପରାଧ କରିଚାଲିଛି ଅପରାଧି । ଆଉ ଏମାନଙ୍କ ଟେର ପାଉନି ପୋଲିସ। ଗତ 10 ଦିନ ମଧ୍ୟରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଲଗାତାର ତିନି ତିନିଟି ଚୋରି ଡକାୟତି ଯୋଗୁଁ ସମସ୍ତେ ଆତଙ୍କିତ ହୋଇପଡିଛନ୍ତି । ପୋଲିସ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି ।

10 ଦିନରେ ତିନୋଟି ଡକାୟତି, ସ୍ଥାନୀୟବାସୀଙ୍କ ଅସନ୍ତୋଷ ପ୍ରକାଶ

ପୁରୁଣାକଟକ ଥାନା ଅନ୍ତର୍ଗତ ମାଧପୁର ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ 10 ଦିନ ତଳେ ତାଲା ଭାଙ୍ଗି ଟଙ୍କା ଲୁଟି ନେଇଥିବା ବେଳେ ପୁରୁଣାକଟକ ଥାନା ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରେ ଦୁର୍ବୃତ୍ତ ମାନେ କଳାକନା ବୁଲାଇ ଦେଇଥିଲେ । ସେପଟେ ଗତ ଶନିବାର ରାତିରେ ପୁରୁଣାକଟକ ନିକଟସ୍ଥ ଜିଆଁକଟା ଗ୍ରାମର ଜଣେ ବ୍ୟବସାୟୀଙ୍କ ଘରେ ରାତି ଅଧରେ ଡକାୟତଙ୍କ ଏକ ଦଳ ମାରଣାସ୍ତ୍ର ଦେଖାଇ କୋଡିଏ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଓ ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ତେବେ ପୁରୁଣାକଟକ ଥାନା ଅଞ୍ଚଳରେ ବାରମ୍ବାର ଏଭଳି ଅପରାଧିକ ଘଟଣା ଘଟୁଥିବାରୁ ଏନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ବାରମ୍ବାର ଏଭଳି ଘଟଣା ଘଟୁଥିଲେ ମଧ୍ୟ ପୋଲିସର କାର୍ଯ୍ୟାନୁଷ୍ଠାନୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details