ବୌଦ୍ଧ : ପଥ ପ୍ରାନ୍ତ ବନୀକରଣ ପାଇଁ ଖର୍ଚ୍ଚ ହୋଇଥିଲା ଲକ୍ଷ ଲକ୍ଷ ଟଙ୍କା । 23 କିଲୋମିଟର ରାସ୍ତାର ଉଭୟ ପାର୍ଶ୍ଵରେ ହୋଇଥିବା ବନୀକରଣ ମଧ୍ୟରୁ ପ୍ରାୟ ତିନି କିଲୋମିଟର ରାସ୍ତାରେ ରହିଛି ବୃକ୍ଷ ।
ସୂଚନା ମୁତାବକ ପ୍ରାୟ ତିନି ବର୍ଷ ପୂର୍ବରୁ ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ମନମୁଣ୍ଡା ବନାଞ୍ଚଳ ଅଧିନରେ ମନମୁଣ୍ଡା ଠାରୁ ଶଗଡା ପର୍ଯ୍ୟନ୍ତ23 କିଲୋମିଟର ରାସ୍ତାର ଉଭୟ ପାର୍ଶ୍ଵରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବୃକ୍ଷ ରୋପଣ କରାଯାଇଥିଲା । ଏବେ ତିନି ବର୍ଷ ପରେ ଉକ୍ତ ରାସ୍ତାରେ ପ୍ରାୟ ତିନି କିଲୋମିଟର ରାସ୍ତାରେ ବୃକ୍ଷ ରହିଛି । ଉକ୍ତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମନରେଗା ଯୋଜନାରେ ହୋଇଥିବା ବେଳେ ଶ୍ରମିକ ଓ ପ୍ରାପ୍ୟକୁ ସମସ୍ୟା ରହିଥିବା ବେଳେ ଏଥିପାଇଁ ବିଭାଗୀୟ ଉଦାସୀନତାକୁ ଦାୟୀ କରିଛନ୍ତି ।