ଓଡିଶା

odisha

ETV Bharat / state

20 ବର୍ଷରୁ ରାସ୍ତା ପାଇଁ ଗୁହାରି, ନିରବଦ୍ରଷ୍ଟା ପ୍ରଶାସନ - ଜଟେସିଂଘା ଗାଁରେ ନାହିଁ ଖଣ୍ଡେ ରାସ୍ତା

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ଜଟେସିଂଘା ଗାଁରେ ଦୀର୍ଘ 20 ବର୍ଷ ହେବ ରାସ୍ତାଟିଏ ନାହିଁ । ପ୍ରଶାସନକୁ ଗାଁ ଲୋକେ ଅଭିଯୋଗ କଲେ ସୁଦ୍ଧା ଚୁପ ରହିଛି ପ୍ରଶାସନ ।

20 ବର୍ଷ ଧରି ରାସ୍ତା ପାଇଁ ଗୁହାରୀ, ନିରବଦ୍ରଷ୍ଟା ପ୍ରଶାସନ

By

Published : Nov 12, 2019, 10:48 PM IST

ବୌଦ୍ଧ: ଗାଁ କୁ ନାହିଁ ଭଲ ରାସ୍ତାଟିଏ । ଆଉ ଏନେଇ ଦୀର୍ଘ କୋଡିଏ ବର୍ଷ ହେଲା ଗୁହାରି କରି ଥକି ଗଲେଣି ଅଞ୍ଚଳବାସୀ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ଜଟେସିଂଘା ଗାଁର ଏହି ଦୃଶ୍ୟ । ଦୀର୍ଘ 20 ବର୍ଷ ହେବ ଏହି ଗାଁର ରାସ୍ତାଖଣ୍ଡେ ନିର୍ମାଣ ହୋଇପାରୁ ନାହିଁ । ତଳସ୍ତରରୁ ଉଚ୍ଚସ୍ତର ସଭିଙ୍କୁ ଗୁହାରି କରି ଥକି ଗଲେଣି ଗାଁଲୋକ । ନିରବଦ୍ରଷ୍ଟା ପାଲଟିଛି ପ୍ରଶାସନ ।

20 ବର୍ଷ ଧରି ରାସ୍ତା ପାଇଁ ଗୁହାରୀ, ନିରବଦ୍ରଷ୍ଟା ପ୍ରଶାସନ


ଜଗନ୍ନାଥ ସଡକରୁ ୫୭ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏହି ରାସ୍ତା ଉପରେ ପ୍ରାୟ ପାଞ୍ଚଟି ପଞ୍ଚାୟତର ଲୋକେ ନିର୍ଭରଶୀଳ । କିନ୍ତୁ ସ୍ବାଧୀନତାର ଏତେ ବର୍ଷ ପରେ ମଧ୍ୟ ଏହି ରାସ୍ତାରେ ମାଟି ମୁଠାଏ ପଡି ନଥିବା ଅଭିଯୋଗ ହୋଇଛି । ଏହି ରାସ୍ତାରେ ଆମ୍ବୁଲାନ୍ସ ଆଜି ଯାଏ ଗଡିନି । ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଯାତାୟତ ସମ୍ପୂର୍ଣ୍ଣ ବିପଦପୂର୍ଣ୍ଣ ହୋଇପଡିଛି । ଏନେଇ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିଙ୍କ ପ୍ରତିଶ୍ରୁତି ପାଣିର ଗାର ହୋଇଛି । ଏଣୁ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details