ଓଡିଶା

odisha

ETV Bharat / state

ନାହିଁ ପକ୍କା ରାସ୍ତା, ବିଚ୍ଛିନ୍ନାଞ୍ଚଳର ଜୀବନ ଜିଉଁଛନ୍ତି ରାଣୀସାହି ଗ୍ରାମବାସୀ - road problem in maoist area

ଗାଁକୁ ପକ୍କା ରାସ୍ତା ନଥିବାରୁ ବିଚ୍ଛିନ୍ନାଞ୍ଚଳର ଜୀବନ ଅତିବାହିତ କରୁଛନ୍ତି ବୌଦ୍ଧ ଜିଲ୍ଲାର ମାଓପ୍ରବଣ ତଳଗାଁ ପଞ୍ଚାୟତର ରାଣୀସାହି ଗ୍ରାମବାସୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Aug 13, 2019, 2:48 PM IST


ବୌଦ୍ଧ: ସ୍ବାଧୀନ ଭାରତର 72 ବର୍ଷ ପରେ ବି ବିଚ୍ଛିନ୍ନାଞ୍ଚଳର ଜୀବନ ଅତିବାହିତ କରୁଛନ୍ତି ବୌଦ୍ଧ ଜିଲ୍ଲାର ମାଓପ୍ରବଣ ତଳଗାଁ ପଞ୍ଚାୟତର ରାଣୀସାହି ଗ୍ରାମବାସୀ । ଗାଁକୁ ପକ୍କା ରାସ୍ତା ନଥିବାବେଳେ ଚାରିପାଖେ ଘଞ୍ଚ ଅରଣ୍ୟ ଘେରିଛି । ଏହି କାରଣରୁ ଯାତାୟତରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଖରାଦିନେ ଯେନତେନ କାମ ଚଳି ଯାଉଥିଲେ ମଧ୍ୟ ବର୍ଷା ଦିନରେ ଲୋକଙ୍କୁ ନାକେଦମ ହେବାକୁ ପଡୁଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଏହି ଗ୍ରାମକୁ ଯିବାକୁ ସବୁଦିନିଆ ପକ୍କା ରାସ୍ତା ନଥିବାରୁ ଲୋକେ 4 ଗୋଟି ଛୋଟ ବଡ ପାହାଡି ଝରଣା ପାରି ହୋଇ ଯିବାକୁ ପଡୁଛି । ତଳଗାଁ ଠାରୁ ମାତ୍ର ଆଠ କିଲୋମିଟର ଦୂରରେ ବଣ ପାହାଡ ଘେରା ଆଦିବାସୀ ରାଣୀସାହି ଗାଁ । 4ଗୋଟି ବସ୍ତିକୁ ନେଇ ଗଠିତ ଏହି ଗାଁକୁ ଯିବାକୁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ମାଓବାଦୀଙ୍କ ଆତ୍ମଗୋପନର ସ୍ଥାନ ପାଲଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଏସମ୍ପର୍କରେ ବ୍ଲକ ପ୍ରଶାସନ କିମ୍ବା ଜଙ୍ଗଲ ବିଭାଗର ପ୍ରତିକ୍ରିୟା ମିଳି ପାରି ନଥିବାବେଳେ ଅନ୍ୟପଟେ ତୁରନ୍ତ ଗାଁକୁ ପକ୍କା ରାସ୍ତା କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details