ବୌଦ୍ଧ:ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନି ସରକାରଙ୍କ ବିକାଶର ଗାଡି । ଗମନାଗମନର ଅବ୍ୟବସ୍ଥା ହେତୁ ଏଭଳି ସମସ୍ୟା ଉପୁଜୁଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକର ଏକାଧିକ ଗାଁକୁ ରାସ୍ତା ଅଭାବରୁ ଆମ୍ବୁଲାନ୍ସ ପହଞ୍ଚି ପାରିନାହିଁ । ଫଳରେ ଉତ୍ତମ ସ୍ବାସ୍ଥ୍ୟସେବାରୁ ଲୋକେ ବଞ୍ଚିତ ହେଉଛନ୍ତି । ଜିଲ୍ଲାର ଶଗଡା ଓ ମହାଲିକପଡା ପଞ୍ଚାୟତର ଅନେକ ଅଞ୍ଚଳରେ ଆଜି ପର୍ଯ୍ୟନ୍ତ ମୋବାଇଲ ସେବା ପହଞ୍ଚି ପାରିନାହିଁ । ଏନେଇ ଚାରି ନମ୍ବର ଜିଲ୍ଲା ପରିଷଦ ସଭ୍ୟ ନିଜ ଜୋନର ଶଗଡା ଓ ଗୁନ୍ଦୁଳିଆ ପଞ୍ଚାୟତରେ ଏଭଳି ଗମନାଗମନର ସମସ୍ୟାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ସେପଟେ ସମସ୍ୟା ଗୁଡିକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସ୍ବୀକାର କରିବା ସହିତ ସମାଧାନ ପାଇଁ ପ୍ରଚେଷ୍ଟା କରାଯିବ ବୋଲି ସୂଚନା ଦେଇଛନ୍ତି ।
Road problem: ଗାଁକୁ ନାହିଁ ରାସ୍ତା, ପହଞ୍ଚିପାରୁନି ବିକାଶର ଗାଡି - ବୌଦ୍ଧ ଖବର
ଗମନାଗମନର ଅବ୍ୟବସ୍ଥା ହେତୁ ସରକାରଙ୍କ କଲ୍ୟାଣକାରୀ ଯୋଜନା ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁନାହିଁ । ଏନେଇ ଜିଲ୍ଲା ପରିଷଦ ସଭ୍ୟ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଅଧିକ ପଢନ୍ତୁ
Road problem:ବିକାଶରେ ବାଧକ ଗମନାଗମନ ଅବ୍ୟବସ୍ଥା
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ