ବୌଦ୍ଧ: ବୌଦ୍ଧରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୋଟିଏ ଦିନରେ ତିନି ଜଣଙ୍କ ମୃତ୍ୟୁ । ଦୁଇଟି ପୃଥକ ସଡକ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରଥମ ଘଟଣାଟି ସିଙ୍ଘାରୀ ଛକ ନିକଟସ୍ଥ ଗୋହିରା ଜୋର ଠାରେ ଘଟିଥିଲା ।
ଏକ ଟ୍ରକ ଓ ବାଇ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା । ବାପା ଓ ପୁଅର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ପୁଅ ଗୁରୁତର ହୋଇଥିଲେ । ଫଳରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଜୁରାମୁଣ୍ଡା ଗାଁର ବୋଲି ସୂଚନା ମିଳିଛି । ଉପଯୁକ୍ତ କ୍ଷତି ପୂରଣ ଦାବିରେ ପ୍ରାୟ ପାଞ୍ଚ ଘଣ୍ଟା ଧରି ୫୭ ନମ୍ବର ଜାତୀୟ ରାଜପଥକୁ ଉତ୍ୟକ୍ତ ଲୋକ ଅବରୋଧ କରିଥିଲେ । ଶେଷରେ ଘଟଣାସ୍ଥଳରେ ଏସପି, ତହସିଲଦାର ଓ ଥାନା ଅଧିକାରୀ ପହଞ୍ଚି ଥିଲେ । ଏବଂଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା ପରେ ରାସ୍ତା ଅବରୋଧ ହଟିଥିଲା ।