ଓଡିଶା

odisha

ETV Bharat / state

ଦୁର୍ଘଟଣାରେ ଚାଲିଗଲା ଜୀବନ, ମାନବିକତା ଦେଖାଇଲେ ଉପଜିଲ୍ଲାପାଳ - accident

ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଥାନା ଅଞ୍ଚଳରେ ବିଗତ କିଛି ଦିନ ମଧ୍ୟରେ ସଡକ ଦୁର୍ଘଟଣାର ମାତ୍ରା ବୃଦ୍ଧି ପାଇଛି । ଶନିବାର ପୁରୁଣାକଟକ ଥାନା ଅଞ୍ଚଳରେ ଏକ ବାଇକ ଧକ୍କାରେ ଜଣେ ବ୍ୟକ୍ତିଙ୍କ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...

ବନ୍ଦ ହେଉନାହିଁ ସଡକ ଦୁର୍ଘଟଣା, ପୁଣି ଗଲା ଆଉ ଏକ ଜୀବନ
ବନ୍ଦ ହେଉନାହିଁ ସଡକ ଦୁର୍ଘଟଣା, ପୁଣି ଗଲା ଆଉ ଏକ ଜୀବନ

By

Published : Jun 27, 2021, 7:24 AM IST

ବୌଦ୍ଧ: ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ସଡକ ଦୁର୍ଘଟଣା । ବିଭିନ୍ନ ଅଞ୍ଚଳରେ ପ୍ରତ୍ୟେକ ଦିନ ସଡକ ଦୁର୍ଘଟଣା ଯୋଗୁଁ ଧନଜୀବନ କ୍ଷତି ହେବାରେ ଲାଗିଛି । ଏପଟେ ବୌଦ୍ଧ ଜିଲ୍ଲାରେ କୋରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ବିଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ସମସ୍ତଙ୍କୁ ଚିନ୍ତିତ କରିଛି । ବିଶେଷ ଭାବରେ ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଥାନା ଅଞ୍ଚଳରେ ବିଗତ କିଛି ଦିନ ମଧ୍ୟରେ ସଡକ ଦୁର୍ଘଟଣାର ମାତ୍ରା ବୃଦ୍ଧି ପାଇଛି ।

ବନ୍ଦ ହେଉନାହିଁ ସଡକ ଦୁର୍ଘଟଣା, ପୁଣି ଗଲା ଆଉ ଏକ ଜୀବନ

ଶନିବାର ପୁରୁଣାକଟକ ଥାନା ଅଞ୍ଚଳରେ ଏକ ବାଇକ ଧକ୍କାରେ ଜଣେ ବ୍ୟକ୍ତିଙ୍କ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେହିପରି ବୌଦ୍ଧ କଚେରୀ ଛକଠାରେ ଏକ ଟ୍ରାକ୍ଟର ତଳେ ଚାପି ହୋଇ ଜଣେ ବ୍ୟକ୍ତି ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି । ଏଭଳି ସମୟରେ ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଉକ୍ତ ରାସ୍ତା ଦେଇ ଯାଉଥିବା ବେଳେ ସେଠାରେ ଆହତଙ୍କୁ ଉଦ୍ଧାର କରି ମାନବିକତାର ପରିଚୟ ଦେଇଥିଲେ ।

ସେପଟେ ଶନିବାର ଏକ ଘଟଣା କ୍ରମରେ ବୌଦ୍ଧ ଜଙ୍ଗଲ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଉତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଛି । ସୂଚନା ମୁତାବକ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନାଞ୍ଚଳର ପିଣ୍ଡାପଦର ଓ ଜାମୁଖୋଲ ଅଞ୍ଚଳର ଶତାଧିକ ଗ୍ରାମବାସୀ ଗାଁକୁ ରାସ୍ତା ପାଇଁ ଅନେକ ଦିନରୁ ଦାବି କରି ଆସୁଥିଲେ ମଧ୍ୟ ଜଙ୍ଗଲ ବିଭାଗ କର୍ଣ୍ଣପାତ କରୁନଥିଲେ। ଏନେଇ ଗତକାଲି(ଶନିବାର) ଉତ୍ୟକ୍ତ ଗ୍ରାମବାସୀମାନେ ଜଙ୍ଗଲ ବିଭାଗର ବିଭିନ୍ନ ଅଧିକାରୀଙ୍କୁ ଦୀର୍ଘ ସମୟ ଧରି ଅଟକ କରି ରଖିଥିଲେ । ଏ ସମ୍ପର୍କରେ ବୌଦ୍ଧ ବନଖଣ୍ଡ ଅଧିକାରୀଙ୍କ ନିକଟରେ କୌଣସି ସୂଚନା ନଥିବା ସେ କହିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details