ଓଡିଶା

odisha

ETV Bharat / state

ମର୍ମନ୍ତୁଦ ସଡକ ଦୁର୍ଘଟଣା: ପରିବାରର ଜଣେ ମୃତ, 4 ଆହତ - ଦୁର୍ଘଟଣାରେ ପରିବାରର ଜଣଙ୍କ ମୃତ୍ୟୁ

ଦୁର୍ଘଟଣାରେ ପରିବାରର ଜଣଙ୍କ ମୃତ୍ୟୁ ସହ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ମର୍ମନ୍ତୁଦ ସଡକ ଦୁର୍ଘଟଣା; ପରିବାରର ଜଣେ ମୃତ,4ଆହତ
ମର୍ମନ୍ତୁଦ ସଡକ ଦୁର୍ଘଟଣା; ପରିବାରର ଜଣେ ମୃତ,4ଆହତ

By

Published : Mar 6, 2021, 4:52 PM IST

Updated : Mar 6, 2021, 7:38 PM IST

ବୌଦ୍ଧ: ସଡକ ଦୁର୍ଘଟଣାରେ ପରିବାରର ଜଣଙ୍କ ମୃତ୍ୟୁ ସହ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣା ବୌଦ୍ଧ 57 ନମ୍ବର ଜାତୀୟ ରାଜପଥରେ ଘଟିଛି ।

ସୂଚନା ମୁତାବକ, ବଲାଙ୍ଗୀର ଜିଲ୍ଲାର ରୁଗୁଡିପାଲି ଗ୍ରାମର ଜନୈକ ପରିବାର ଏକ ଅସ୍ଥି ବିସର୍ଜନ କାର୍ଯ୍ୟ ସାରି ପୁରୀରୁ ବଲାଙ୍ଗୀର ଅଭିମୁଖେ ଏକ ସ୍ବିପ୍ଟ କାରରେ ଫେରୁଥିଲେ। ଶନିବାର ବୌଦ୍ଧ ଜିଲ୍ଲାର ପୁରୁଣାକଟକ ଥାନା ଅନ୍ତର୍ଗତ କରଡାକୋଠା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଜେସିବି ବୋଝେଇ ଟ୍ରଲର ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ମର୍ମନ୍ତୁଦ ସଡକ ଦୁର୍ଘଟଣା: ପରିବାରର ଜଣେ ମୃତ, 4 ଆହତ

ଫଳରେ କାରରେ ବସିଥିବା ଗୋଟିଏ ପରିବାରର ପାଞ୍ଚ ଜଣଙ୍କ ମଧ୍ୟରୁ ଜଣଙ୍କ ପୁରୁଣାକଟକ ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଗୁରୁତରଙ୍କୁ ପ୍ରଥମେ ବୌଦ୍ଧ ଓ ପରେ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିଲା। ଘଟଣା ସ୍ଥଳରେ ପୁରୁଣାକଟକ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ 57 ନମ୍ବର ଜାତୀୟ ରାଜପଥ ଉପରେ ବାରମ୍ବାର ଦୁର୍ଘଟଣା ଘଟି ପ୍ରାଣହାନୀ ଘଟୁଥିବାରୁ ବିଭିନ୍ନ ମହଲରେ ଗଭୀର ଉଦବେଗ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Mar 6, 2021, 7:38 PM IST

ABOUT THE AUTHOR

...view details