ଓଡିଶା

odisha

ETV Bharat / state

ଶ୍ରମିକଙ୍କୁ ଛାଡି ଫେରୁଥିବା ବସ ଧକ୍କାରେ ବୃଦ୍ଧ ମୃତ - ଶ୍ରମିକ ଛାଡି ଫେରୁଥିବା ବସ ଧକ୍କାରେ ବୃଦ୍ଧ ମୃତ

ଶ୍ରମିକ ଛାଡି ଫେରୁଥିବା ବସ ଧକ୍କାରେ ଜଣେ ବୃଦ୍ଧିଙ୍କ ମୃତ୍ୟୁ ହୋଇଛି । ଆର୍ଥିକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ପାଇବା ପରେ ହଟିଲା ରାସ୍ତାରୋକ । ଅଧିକ ପଢନ୍ତୁ....

road accident in boudh,one death
ଶ୍ରମିକ ଛାଡି ଫେରୁଥିବା ବସ ଧକ୍କାରେ ଜଣେ ମୃତ

By

Published : May 4, 2020, 9:15 PM IST

ବୌଦ୍ଧ:ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ଗଞ୍ଜାମରେ ଛାଡି ଫେରୁଥିବା ସମୟରେ ଅଘଟଣ । ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ଛକଠାରେ ଏକ ବସ ଧକ୍କାରେ ଜଣେ ବୃଦ୍ଧଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି ।

ବାଉଁଶୁଣୀ ପୋଲିସର ସୂଚନାମୁତାବକ ବାଉଁଶୁଣୀ ନିକଟସ୍ଥ ଡୁମୁରୀପାଲିର 70 ବର୍ଷୀୟ କ୍ଷେତ୍ର ଦେହୁରୀ ନିଜ ବାଇକରେ ଏକ ଗ୍ୟାସ ସିଲିଣ୍ଡର ନେଇ ଘରକୁ ଫେରୁଥିବା ବେଳେ ସଡକ ଦୁର୍ଘଟଣା ଘଟିଥିଲା । ମୃତକ ଜଣଙ୍କ ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ବୋଲି ଜଣାପଡିଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ 57 ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ ।

ଶ୍ରମିକଙ୍କୁ ଛାଡି ଫେରୁଥିବା ବସ ଧକ୍କାରେ ବୃଦ୍ଧ ମୃତ

ଘଟଣାସ୍ଥଳରେ ବୌଦ୍ଧ ଅତିରିକ୍ତ ତହସିଲଦାର ଓ ବାଉଁଶୁଣୀ ଥାନା ଅଧିକାରୀ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏଥିସହ ରେଡକ୍ରସ ପାଣ୍ଠିରୁ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details