ଓଡିଶା

odisha

ଷ୍ଟ୍ରିଟ ଲାଇଟ ନଥିବାରୁ ସଡକ ଦୁର୍ଘଟଣାରେ ଜଣେ ମୃତ

By

Published : Oct 9, 2019, 3:52 AM IST

ଆନନ୍ଦର ପର୍ବ ବିଜୟା ଦଶମୀ ପାଲଟିଲା ଶୋକର ଦିନ । ମଙ୍ଗଳବାର ଭିନ୍ନ ଭିନ୍ନ ସଡକ ଦୁର୍ଘଟଣାରେ 6 ରୁ ଊର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।

ଫଟୋ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଆନନ୍ଦର ପର୍ବ ବିଜୟା ଦଶମୀ ପାଲଟିଲା ଶୋକର ଦିନ । ମଙ୍ଗଳବାର ଭିନ୍ନ ଭିନ୍ନ ସଡକ ଦୁର୍ଘଟଣାରେ 6 ରୁ ଊର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । କିନ୍ତୁ ବୌଦ୍ଧ ର ଜଣେ ଯୁବକ ଆଲୋକ ଅଭାବରୁ ଆସୁଥିବା ବେଳେ ରାସ୍ତା ଉପରେ ଠିଆହୋଇ ଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲେ । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

ଦୁର୍ଗାପୂଜା ଚାଲିଥିଲେ ମଧ୍ୟ ରାସ୍ତାରେ ଷ୍ଟ୍ରିଟଲାଇଟ ଗୁଡିକ ବନ୍ଦ ଥିବା ଅଭିଯୋଗ ହୋଇଛି । ମୃତକ ଜଣକ ଜଣେ ମେଳାପୀ ଯୁବକ ଥିବାରୁ ବୌଦ୍ଧରେ ଶୋକର ଛାୟା ଖେଳିଯାଇଛି । ଏପଟେ ଡାକ୍ତରଖାନା ଶବଗୃହରେ ଏସି ଚାଲୁ ନଥିବାରୁ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ବିଜୟା ଦଶମୀ ଅବସରରେ କେବଳ ବୌଦ୍ଧ ଡାକ୍ତରଖାନାରେ 6 ରୁ ଊର୍ଦ୍ଧ୍ବ ଲୋକେ ସଡକ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details