ବୌଦ୍ଧ: ଘରଡିହର ପଟ୍ଟା ହାତରେ ଅଛି । ମାତ୍ର ଏହା କୌଣସି ସରକାରୀ କାମରେ ଲାଗୁନାହିଁ । ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର ପୁରୁଣା କଟକସ୍ଥିତ ଇନ୍ଦିରା କଲୋନୀରେ ।
ବହୁବର୍ଷ ପୂର୍ବରୁ ଏଠାକାର ଆଦିବାସୀଙ୍କୁ ଥଇଥାନ କରିବାକୁ ସରକାର ଚାରି ଡେସିମିଲ ଲେଖାଏଁ ଘରଡିହ ପଟ୍ଟା ପ୍ରଦାନ କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ହୋଇଥିବା ସେଟେଲମେଣ୍ଟରେ ଉକ୍ତ ସ୍ଥାନକୁ ଗୋଚର ଦର୍ଶାଗଲା । ଫଳରେ ଏବେ ଇନ୍ଦିରା କଲୋନୀ ବସ୍ତି ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।