ବୌଦ୍ଧ: ପୁରୀ ପରେ ଗଡଜାତ ଅମଳରୁ ବୌଦ୍ଧରେ ପାଳିତ ହୋଇଆସୁଛି ରଥଯାତ୍ରା । ବୌଦ୍ଧ ରଥଯାତ୍ରାର ପ୍ରମୁଖ ଆକର୍ଷଣ ଏହାର ସ୍ବତନ୍ତ୍ର ଘୂର୍ଣ୍ଣାୟମାନ ରଥ । ଯାହାକି ସମ୍ପୂର୍ଣ୍ଣ ବିରଳ । ହେଲେ ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଓ ପୂଜାପର୍ବ ଉପରେ ଲାଗିଛି କଟକଣା । ଏଣୁ କିଭଳି ଓ କେଉଁ ପରିସ୍ଥିତିରେ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବ ଏନେଇ ଆଶା ଆଶଙ୍କାରେ ଶ୍ରଦ୍ଧାଳୁ ।
ଆଶଙ୍କାରେ ବୌଦ୍ଧ ରଥଯାତ୍ରା, ପଦକ୍ଷେପ ପାଇଁ ପ୍ରଶାସନକୁ ଶ୍ରଦ୍ଧାଳୁଙ୍କ ଅନୁରୋଧ - ବୌଦ୍ଧ ରଥଯାତ୍ରା
କୋରୋନା କଟକଣା ଯୋଗୁଁ ଆଶା ଓ ଆଶଙ୍କା ମଧ୍ୟରେ ବୌଦ୍ଧର ପ୍ରସିଦ୍ଧ ରଥଯାତ୍ରା । ଏଯାଏଁ ରଥଯାତ୍ରା କିମ୍ବା ରଥ ନିର୍ମାଣ ସମ୍ପର୍କରେ କୌଣସି ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇନାହିଁ । ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ...
ଆଶଙ୍କାରେ ବୌଦ୍ଧ ରଥଯାତ୍ରା, ପଦକ୍ଷେପ ପାଇଁ ପ୍ରଶାସନକୁ ଶ୍ରଦ୍ଧାଳୁଙ୍କ ଅନୁରୋଧ
ଆଶଙ୍କାରେ ବୌଦ୍ଧ ରଥଯାତ୍ରା, ପଦକ୍ଷେପ ପାଇଁ ପ୍ରଶାସନକୁ ଶ୍ରଦ୍ଧାଳୁଙ୍କ ଅନୁରୋଧ
ସେପଟେ ରଥଯାତ୍ରା ସମ୍ପର୍କରେ ଦେବୋତ୍ତର ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ ଏଯାଏଁ କୌଣସି ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇନାହିଁ । ଶ୍ରୀକ୍ଷେତ୍ର ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଥିଲେ ମଧ୍ୟ ଏହାର ଅନୁକରଣରେ ଅନୁଷ୍ଠିତ ବୌଦ୍ଧରେ କିନ୍ତୁ ଏଯାଏଁ ରଥ ନିର୍ମାଣ କାମ ଆରମ୍ଭ ହୋଇନାହିଁ । ଏଣୁ ଏଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରଦ୍ଧାଳୁ ଅନୁରୋଧ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ