ବୌଦ୍ଧ: ଜିଲ୍ଲା ପାଇଁ ସ୍ବତନ୍ତ୍ର ପରିଚୟ ପାଲଟିଛି ଜିଲ୍ଲା ସଂଗ୍ରହାଳୟ । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ । ଜିଲ୍ଲାର ଏହି ସର୍ବପୁରାତନ କୋଠାର ପୁନରୁଦ୍ଧାର କରି ବର୍ତ୍ତମାନ ମ୍ୟୁଜିୟମରେ ପରିବର୍ତ୍ତନ କରାଯାଇଛି । ଫଳରେ ଏହାକୁ ଦେଖିବାକୁ ଜିଲ୍ଲା ତଥା ରାଜ୍ୟରୁ ବିଭିନ୍ନ ଲୋକଙ୍କ ସୁଅ ଛୁଟୁଛି ।
ବୌଦ୍ଧ ଜିଲ୍ଲାର କଚେରୀ କୋଠା ଭାବରେ ପରିଚିତ ପୁରୁଣା କଲେକ୍ଟରିଏଟ ବ୍ରିଟିଶ ରାଜତ୍ଵରେ 1921 ମସିହାରେ ନିର୍ମାଣ ହୋଇଥିଲା । ଗତ 2021 ମସିହାରେ ଏହି ସର୍ବପୁରାତନ କୋଠାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଐତିହ୍ୟ କୋଠାର ମାନ୍ୟତା ସହିତ ଉକ୍ତ କୋଠାକୁ ମ୍ୟୁଜିୟମରେ ପରିବର୍ତ୍ତିତ କରାଯାଇଥିଲା । ସାରା ରାଜ୍ୟରେ ଏଭଳି ଏକ ଜିଲ୍ଲା ସଂଗ୍ରହାଳୟ ପ୍ରଥମଥର ପାଇଁ ପ୍ରତିଷ୍ଠା ହୋଇଥିବା ବେଳେ ଜିଲ୍ଲା ତଥା ରାଜ୍ୟରୁ ପ୍ରତ୍ୟେକ ଦିନ ଏଠାକୁ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ।