ବୌଦ୍ଧ: ଜିଲ୍ଲାର 42 ଗୋଟି ସମବାୟ ସମିତିର କେତେକ ସମିତିରେ ନିର୍ଦ୍ବନ୍ଦରେ ସଭାପତି ନିର୍ବାଚିତ ହୋଇଥିଲା । ଏହା ରବିବାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପୋଲିସର କଡା ସୁରକ୍ଷା ମଧ୍ୟରେ ଏହି ସମବାୟ ନିର୍ବାଚନରେ ଧାନକ୍ରୟ ପ୍ୟାକ୍ସ ସହିତ, ବୁଣାକାର, ଦୁଗ୍ଧ, ପନିପରିବା ଭଳି କେତେକ ସମିତିର ସଦସ୍ୟମାନେ ଭୋଟଦାନ କରିଥିଲେ । ରବିବାର ଅନୁଷ୍ଠିତ ସମବାୟ ନିର୍ବାଚନରେ ଜିଲ୍ଲାର ରାମଗଡ,ବହିରା, ବଢିଗାଁ, ମନୁପାଲି ଓ ବିଳାସପୁର ସମବାୟ ସମିତି ଉପରେ ସମସ୍ତଙ୍କ ନଜର ରହିଥିଲା ।
ବହିରା ସମବାୟ ସମିତିର ଦୁଇଟି ଜୋନରେ ହେବ ପୁନଃ ମତଦାନ - Cooperative elections in boudh
ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେଲା ଦ୍ବିତୀୟ ପର୍ଯ୍ୟାୟ ସମବାୟ ନିର୍ବାଚନ । କେବଳ ଗୋଟିଏ ସମବାୟ ସମିତିର ଦୁଇଟି ଜୋନରେ ବାଲାଟ ପେପର ତୃଟି ଯୋଗୁଁ ଉକ୍ତ ଦୁଇ ଜୋନରେ ପୁନଃ ମତଦାନ ହେବ ବୋଲି ସୂଚନା ମିଳିଛି । ଅଧିକ ପଢନ୍ତୁ
ବହିରା ସମବାୟ ସମିତିର ଦୁଇଟି ଜୋନରେ ହେବ ପୁନଃ ମତଦାନ
ତେବେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ବହିରା ଠାରେ ଦୁଇଟି ଜୋନର ବାଲାଟ ପେପରରେ ତୃଟି ଥିବା କାରଣରୁ ଉକ୍ତ ଦୁଇ ଜୋନରେ ପୁନଃ ମତଦାନ ହେବ ବୋଲି ସୂଚନା ମିଳିଛି । ସେପଟେ ଶନିବାର ମନମୁଣ୍ଡା ଥାନା ଅନ୍ତର୍ଗତ ବିଳାସପୁର ସମବାୟ ସମିତିର ନିର୍ବାଚନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣାରେ ସାତ ଜଣ ଆହତ ହୋଇଥିବା କାରଣରୁ ରବିବାର ପୋଲିସର କଡା ସୁରକ୍ଷା ମଧ୍ୟରେ ମତଦାନ ଅନୁଷ୍ଠିତ ହୋଇଥିଲା ।