ଓଡିଶା

odisha

By

Published : Sep 29, 2019, 12:03 PM IST

ETV Bharat / state

ସଫଳତା ଅଢୁଆଳରେ ବିଫଳ ସରକାରୀ ଯୋଜନା

ବୌଦ୍ଧ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପ୍ରାୟ ଗାଁରେ ବାହ୍ୟ ମଳମୁକ୍ତ ଗ୍ରାମ ବୋଲି ବଡ ବଡ ସୂଚନା ଫଳକ ମାରିଛି । କିନ୍ତୁ ଗାଁ ଗୁଡିକରେ ଅଧିକାଂଶ ଲୋକେ ଆଜି ବି ପାଇଖାନା ପାଇ ପାରିନଥିବା ଅଭିଯୋଗ କରିଛନ୍ତି । ଏଭଳି କିଛି ଗାଁରେ କିପରି ଚାଲିଛି ପରିମଳ ଯୋଜନା ତାହା ଅନୁସନ୍ଧାନ କରିଥିଲା ଇଟିଭି ଭାରତ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଗାଁ ଗାଁକୁ ବାହ୍ୟ ମଳମୁକ୍ତ କରିବା ପାଇଁ କରାଯାଇଛି ଅନେକ ଯୋଜନା । କେତେକ ଗାଁରେ ଏହା ସଫଳ ବି ହୋଇଛି । କିନ୍ତୁ ବାସ୍ତବରେ କେବଳ ବୋର୍ଡରେ ହିଁ ସୀମିତ ରହିଯାଇଛି ପରିମଳ ଯୋଜନାର ସଫଳତା । ବାହ୍ୟ ମଳମୁକ୍ତ ଗ୍ରାମ ଘୋଷଣା ହୋଇଥିବା ଏଭଳି କିଛି ଗାଁରେ କିପରି ଚାଲିଛି ପରିମଳ ଯୋଜନା ତାହା ଅନୁସନ୍ଧାନ କରିଥିଲା ଇଟିଭି ଭାରତ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପ୍ରାୟ ଗାଁରେ ବାହ୍ୟ ମଳମୁକ୍ତ ଗ୍ରାମ ବୋଲି ବଡ ବଡ ସୂଚନା ଫଳକ ମାରିଛି । କିନ୍ତୁ ଗାଁ ଗୁଡିକରେ ଅଧିକାଂଶ ଲୋକେ ଆଜି ବି ପାଇଖାନା ପାଇ ପାରିନଥିବା ଅଭିଯୋଗ କରିଛନ୍ତି । ଏପଟେ ଉପଯୁକ୍ତ ସଚେତନତା ଅଭାବରୁ ତିଆରି ହୋଇଥିବା ପାଇଖାନା ମଧ୍ୟ ଆଉ ବ୍ୟବହାର ଯୋଗ୍ୟ ହୋଇ ପାରୁନାହିଁ । ଏନେଇ ଖୋଦ ନିର୍ବାହୀ ଯନ୍ତ୍ରୀ ଶତକଡା ପଚାଶ ଭାଗ ବ୍ୟବହାରକୁ ସ୍ବୀକାର କରିଥିଲେ ମଧ୍ୟ ସମସ୍ତଙ୍କୁ ପାଇଖାନା ପ୍ରଦାନ କରାଯାଇଛି ବୋଲି କହିଥିଲେ ।

ତେଣେ ଯଦି କେହି ଏହି ଯୋଜନାରେ ଲାଭ ପାଇନାହାଁନ୍ତି ତେବେ ତାଙ୍କୁ ତୁରନ୍ତ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । କିନ୍ତୁ ଏଭଳି ବୋର୍ଡ ମାରି ସରକାର ବାହାବା ନେବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details