ବୌଦ୍ଧ: ରବିଧାନ କ୍ରୟ ଆରମ୍ଭରୁ ଦେଖାଦେଲାଣି ଅଚଳାବସ୍ଥା । ବୌଦ୍ଧର ବିଭିନ୍ନ ସମବାୟ ସମିତିରେ ରବିଧାନ କ୍ରୟ ଚାଲିଛି । ତେବେ ଜିଲ୍ଲାର କେତେକ ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ତଥା ଅବ୍ୟବସ୍ଥା ଯୋଗୁଁ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲାର ବାଉଁଶୁଣୀ, ମୁଣ୍ଡିପଦର, ତେଲିବନ୍ଧ, ସାମ୍ପୋଚ, ବଘିଆପଡା ଭଳି ବିଭିନ୍ନ ଧାନ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଲାଗିରହିଛି । ସେହିପରି ଧାନ କଟନୀ ଛଟନୀ ନାଁ ରେ ଚାଷୀଙ୍କୁ ବାରମ୍ବାର ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି ।
ରବି ଧାନ କ୍ରୟ ସମସ୍ୟା ନେଇ ଜିଲ୍ଲାପାଳଙ୍କୁ ବିଜେପି କୃଷକ ମୋର୍ଚ୍ଚାର ଦାବିପତ୍ର - ବିଜେପି
ରବିଧାନ କ୍ରୟ ଆରମ୍ଭରୁ ଦେଖାଦେଲାଣି ଅଚଳାବସ୍ଥା । ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିରେ ଧାନ କ୍ରୟ ଓ କଟନୀ ଛଟନୀ ସମସ୍ୟାକୁ ନେଇ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 5 ଦଫା ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...
ରବି ଧାନ କ୍ରୟ ସମସ୍ୟା ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
ଏନେଇ ଆଜି(ସୋମବାର) ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଚାଷୀଙ୍କ ସମର୍ଥନରେ ଏକ 5 ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଜିଲ୍ଲାର ବିଭିନ୍ନ ସମବାୟ ସମିତିରେ ବ୍ୟାପକ ଦୁର୍ନୀତି ଯୋଗୁଁ ଚାଷୀ କୂଳ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରି ଜିଲ୍ଲା କୃଷକ ମୋର୍ଚ୍ଚା ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ