ଓଡିଶା

odisha

ETV Bharat / state

ବୌଦ୍ଧରେ ରଥ ନିର୍ମାଣ ପ୍ରସ୍ତୁତି: ରଥଖଳାରେ ପହଞ୍ଚିଲା କାଠ - wood

ବୌଦ୍ଧ ଜିଲ୍ଲରେ ମହାପ୍ରଭୁଙ୍କ ଘୋଷଯାତ୍ରା ନିମନ୍ତେ ଗୁରୁବାର ସନ୍ଧ୍ୟାରେ ପହଞ୍ଚିଛି ରଥକାଠ । କଣ୍ଟାମାଳ ରେଞ୍ଜର ଘଣ୍ଟାପଡା ଅଞ୍ଚଳରୁ ଫାସୀ ଗଛର ଅନ୍ୟୁନ ବାରଟି ଗଣ୍ଡି ନେଇ ଏକ ସ୍ବତନ୍ତ୍ର ଟ୍ରକ ଯୋଗେ ବୌଦ୍ଧ ରଥଖଳା ଠାରେ ପହଞ୍ଚିଛି ।

ଫଟୋ ସୋଜନ୍ୟ: ପ୍ରତିନିଧି, ବୌଦ୍ଧ

By

Published : Jun 7, 2019, 6:59 PM IST

ବୌଦ୍ଧ: ରଥ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର । ବୌଦ୍ଧ ଜିଲ୍ଲରେ ମହାପ୍ରଭୁଙ୍କ ଘୋଷଯାତ୍ରା ନିମନ୍ତେ ଗୁରୁବାର ସନ୍ଧ୍ୟାରେ ପହଞ୍ଚିଛି ରଥକାଠ । କଣ୍ଟାମାଳ ରେଞ୍ଜର ଘଣ୍ଟାପଡା ଅଞ୍ଚଳରୁ ଫାସୀ ଗଛର ଅନ୍ୟୁନ ବାରଟି ଗଣ୍ଡି ନେଇ ଏକ ସ୍ବତନ୍ତ୍ର ଟ୍ରକ ଯୋଗେ ବୌଦ୍ଧ ରଥଖଳା ଠାରେ ପହଞ୍ଚିଛି କାଠ । ଭକ୍ତ ମାନେ ଅତ୍ୟନ୍ତ ଆନନ୍ଦ ଓ ଶ୍ରଦ୍ଧାର ସହ ଠାକୁରଙ୍କ ରଥକାଠକୁ ସ୍ବାଗତ କରିଛନ୍ତି ।

ଭିଡିଓ ସୋଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଗଡଜାତର ପ୍ରସିଦ୍ଧ ପର୍ବ ଗୁଡିକ ମଧ୍ୟରୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ଅନ୍ୟତମ । ବିଶେଷ ଭାବରେ ବୌଦ୍ଧର ଅଭଙ୍ଗ ତଥା ସ୍ଵତନ୍ତ୍ର ଶୈଳୀରେ ନିର୍ମିତ ରଥ ରାଜତନ୍ତ୍ର ଶାସନ କାଳରୁ ଆକର୍ଷଣର କେନ୍ଦ୍ର ବିନ୍ଦୁ ରହିଆସିଛି । ଏଣୁ ବୌଦ୍ଧର ରଥକୁ ବିଶେଷ ପ୍ରଧାନ୍ୟ ଦିଆଯାଇଥାଏ ।


ଏହି କ୍ରମରେ ଗୁରୁବାର କଣ୍ଟାମାଳ ବନାଞ୍ଚଳର ଘଣ୍ଟାପଡା ଅଞ୍ଚଳରୁ 6' ଖଣ୍ଡ ବଡ ଫାସୀ ଗଛର ଗଣ୍ଡି ଓ ଅନ୍ୟ 6' ଟି ଛୋଟ ଗଣ୍ଡି ନେଇ ଏକ ଟ୍ରକ ବୌଦ୍ଧରେ ପହଞ୍ଚିଥିଲା । ରଥକାଠ ସଂଗ୍ରହ ନିମନ୍ତେ ଖୋଦ୍‌ ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଏନସି ଜ୍ୟୋତି ରଞ୍ଜନ ନାଏକ, ଦେବୋତ୍ତର ମ୍ୟାନେଜର ଚିତ୍ତରଞ୍ଜନ ପିଲା, କଣ୍ଟାମାଳ ବିଡିଓ, ତହସିଲଦାର, ରେଞ୍ଜର ଓ ଅନ୍ୟାନ୍ୟ ଅଧିକାରୀ ଘଣ୍ଟାପଡା ଠାରେ ପହଞ୍ଚିଥିଲେ । ରଥକାଠ ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟସ୍ଥ ରଥଖଳାରେ ପହଞ୍ଚିବା ପରେ ଭକ୍ତ ମାନେ ଆନନ୍ଦିତ ହୋଇଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details