ବୌଦ୍ଧ: ଜିଲ୍ଲାରେ ପ୍ରଥମ ଥର ପାଇଁ ଉଦ୍ଧାର ହେଲା ସବୁଜ ସାପ ବା ବାମ୍ବୋ ପିଟ ଭାଇପର । ଏଭଳି ପ୍ରଜାତିର ସାପ ଉଦ୍ଧାର ଘଟଣା ଜିଲ୍ଲାରେ ପ୍ରଥମ ହୋଇଥିବା ବେଳେ ଗତ ଦୁଇ ମାସ ତଳେ ଜିଲ୍ଲାରୁ ଏକା ସଙ୍ଗେ ତିନି ତିନୋଟି ବିରାଟକାୟ ଅହିରାଜ ସାପ ଉଦ୍ଧାର ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ହୋଇଥିଲା ।
ଜନ୍ମାଷ୍ଟମୀରେ ବୌଦ୍ଧରୁ ଉଦ୍ଧାର ହେଲା ବିରଳ ସବୁଜ ସାପ - ବୌଦ୍ଧରୁ ଉଦ୍ଧାର ହେଲା ବିରଳ ସବୁଜ ସାପ
ବୌଦ୍ଧରେ ପ୍ରଥମ ଥର ପାଇଁ ଉଦ୍ଧାର ହେଲା ସବୁଜ ସାପ ବା ବାମ୍ବୋ ପିଟ ଭାଇପର । ଏଭଳି ପ୍ରଜାତିର ସାପ ଉଦ୍ଧାର ଘଟଣା ଜିଲ୍ଲାରେ ପ୍ରଥମ ବୋଲି କୁହାଯାଇଛି । ଅଧିକ ପଢନ୍ତୁ...

ବୌଦ୍ଧରୁ ପ୍ରଥମ ଥର ପାଇଁ ଉଦ୍ଧାର ହେଲା ବିରଳ ସବୁଜ ସାପ
ବୌଦ୍ଧରୁ ପ୍ରଥମ ଥର ପାଇଁ ଉଦ୍ଧାର ହେଲା ବିରଳ ସବୁଜ ସାପ
ଜିଲ୍ଲାରେ ବିଭିନ୍ନ ବିରଳ ପ୍ରଜାତିର ସାପ ଉଦ୍ଧାର ହେଉଥିବା ବେଳେ ସର୍ପାଘାତରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ତେବେ ଆଜି(ସୋମବାର) ପବିତ୍ର ଜନ୍ମାଷ୍ଟମୀ ଦିବସରେ ଏଭଳି ବିରଳ ସାପ ଉଦ୍ଧାରକୁ ନେଇ ଏହା ଶୁଭଙ୍କର ବୋଲି ପ୍ରକାଶ ପାଇଛି । ଜିଲ୍ଲାରେ ସମୁଦାୟ ତିରିଶରୁ ପଚାଶ ପ୍ରଜାତିର ସାପ ଦେଖିବାକୁ ମିଳୁଥିବା ସୂଚନା ମିଳିଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ