ବୌଦ୍ଧ:ବିଧବା ଭତ୍ତାରୁ ବଞ୍ଚିତ ବୌଦ୍ଧ ଜିଲ୍ଲା ଆମ୍ବଝରୀ ପଞ୍ଚାୟତ ବାଙ୍କୀ ଗ୍ରାମର ବିଧବା ମହିଳା ରଞ୍ଜୁ । ଦୁଇ ବର୍ଷ ତଳେ ସ୍ବାମୀ ଗୋଲେଖଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ମିଳିପାରୁନି ବିଧବା ଭତ୍ତା । ଏଥି ସହ ହରିଶ୍ଚନ୍ଦ୍ର ଯୋଜନାରେ ମଧ୍ୟ କୌଣସି ସହାୟତା ମୁଳି ନାହିଁ । ଏନେଇ ସେ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି ।
ସରକାରୀ ଯୋଜନାରୁ ବଞ୍ଚିତ ବିଧବା ମହିଳାଙ୍କ ପରିବାର - boudh disctrict social issues
ବିଧବା ଭତ୍ତାରୁ ବଞ୍ଚିତ ବୌଦ୍ଧ ଜିଲ୍ଲା ବାଙ୍କୀ ଗ୍ରାମର ବିଧବା ମହିଳା ରଞ୍ଜୁ । ଦୁଇ ବର୍ଷ ତଳେ ସ୍ବାମୀ ଗୋଲେଖଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ମିଳିପାରୁନି ବିଧବା ଭତ୍ତା । ଅଧିକ ପଢନ୍ତୁ...

ସରକାରୀ ଯୋଜନାରୁ ବଞ୍ଚିତ ରଞ୍ଜୁଙ୍କ ପରିବାର
ସରକାରୀ ଯୋଜନାରୁ ବଞ୍ଚିତ ରଞ୍ଜୁଙ୍କ ପରିବାର
ପାଞ୍ଚ ପ୍ରାଣୀ ବିଶିଷ୍ଟ କୁଟୁମ୍ବକୁ ସରକାରୀ ଚାଉଳ ମୁଠାଏ କିମ୍ବା ସରକାରୀ ପକ୍କାଘର ଖଣ୍ଡେ ମଧ୍ୟ ମିଳିପାରି ନାହିଁ । ଫଳରେ ଏହି ପରିବାରଟି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ପାଖ ପଡିଶାରୁ ମାଗିଯାଚି ଚଳୁଛନ୍ତି । ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ