ଓଡିଶା

odisha

ETV Bharat / state

ରାମ ରାବଣଙ୍କ ରଣକ୍ଷେତ୍ରରେ ପରିଣତ ହେଲା ବୌଦ୍ଧ ସହର - ରାମ ରାବଣଙ୍କ ରଣକ୍ଷେତ୍ରରେ ପରିଣତ ହେଲା ବୌଦ୍ଧ ସହର

ରାମ ରାବଣ ମହାସମରର ରଣକ୍ଷେତ୍ରରେ ପରିଣତ ହେଲା ସାରା ସହର । ଜିଲ୍ଲାର ସ୍ବତନ୍ତ୍ର ପରିଚୟ ଶ୍ରୀ ରାମଲୀଳା ଯାତ୍ରାର ରାବଣ ବଧ ନାଟକ ମଙ୍ଗଳବାର ସନ୍ଧ୍ୟାରୁ ଆରମ୍ଭ ହୋଇ ବୁଧବାର ସକାଳ ପର୍ଯ୍ୟନ୍ତ ରାବଣ ବଧରେ ସମାପନ ହୋଇଥିଲା । ଅଧିକ ପଢନ୍ତୁ

ରାମ ରାବଣଙ୍କ ରଣକ୍ଷେତ୍ରରେ ପରିଣତ ହେଲା ବୌଦ୍ଧ ସହର
ରାମ ରାବଣଙ୍କ ରଣକ୍ଷେତ୍ରରେ ପରିଣତ ହେଲା ବୌଦ୍ଧ ସହର

By

Published : Apr 27, 2022, 9:45 PM IST

ବୌଦ୍ଧ: ଆନନ୍ଦ ଉଲ୍ଲାସର ସହିତ ସମାପନ ହେଲା ଜିଲ୍ଲାର ଐତିହାସିକ ଗଣପର୍ବ ଶ୍ରୀ ରାମଲୀଳା ଯାତ୍ରା । ମଙ୍ଗଳବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ରାମ ରାବଣ ମହାସମର ବୁଧବାର ସକାଳେ ଲଙ୍କାପତି ରାବଣର ବଧ ସହିତ ସମାପନ ହୋଇଥିଲା ।

ରାମ ରାବଣଙ୍କ ରଣକ୍ଷେତ୍ରରେ ପରିଣତ ହେଲା ବୌଦ୍ଧ ସହର

ବୌଦ୍ଧ ଜିଲ୍ଲାର ଗଣପର୍ବ ଶ୍ରୀ ରାମଲୀଳା ଯାତ୍ରା ଶତାଧିକ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବାବେଳେ ମୁକ୍ତାକାଶ ରଙ୍ଗମଞ୍ଚର ଏହି ଲୀଳା ନାଟକ କେବଳ ରାଜ୍ୟ ନୁହେଁ ସାରା ଦେଶରେ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିପାରିଛି । ମଙ୍ଗଳବାର ରାତି ତମାମ ବୌଦ୍ଧ ସହର ଦଶଟି ରାବଣ ଓ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ବାନର ସେନା ସହିତ ବିରାଟ ରଣକ୍ଷେତ୍ରରେ ପରିଣତ ହୋଇଥିଲା ।

ପ୍ରଥମ ସମର କଚେରୀ ପଡିଆ, ଦ୍ବିତୀୟ ସମର ଷ୍ଟାଡିୟମ ପଡିଆ ଓ ତୃତୀୟ ତଥା ଶେଷ ମହାଯୁଦ୍ଧ ଶ୍ରୀ ରାମଲୀଳା ମଇଦାନରେ ଅନୁଷ୍ଠିତ ହୋଇଥିଲା । ଗର୍ବର ଲଙ୍କା ଦହନ ସହିତ ମହାପରାକ୍ରମୀ ରାବଣର ମୃତ୍ୟୁ ସହିତ ଚଳିତ ବର୍ଷର ରାମଲୀଳା ଯାତ୍ରା ହଜାର ହଜାର ଭକ୍ତ, ଶ୍ରଦ୍ଧାଳୁ ଓ ଦର୍ଶକ ତଥା ପର୍ଯ୍ୟଟକ ଗହଣରେ ସମାପନ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details