ବୌଦ୍ଧ: ଆଉ ଏକ ସପ୍ତାହ ପରେ ଭାଇ ଭଉଣୀଙ୍କ ପବିତ୍ର ବନ୍ଧନର ପର୍ବ ରାକ୍ଷୀ ଉତ୍ସବ । ଏଥିପାଇଁ ବଜାରରେ ଭଳିକି ଭଳି ରାକ୍ଷୀର ଷ୍ଟଲ ସବୁ ଖୋଲିଲାଣି । ତେବେ ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିସରରେ ଖୋଲିଛି ଏକ ନିଆରା ରାକ୍ଷୀ ଷ୍ଟଲ ।
ନିଆରା ରାକ୍ଷୀ ଦୋକାନ: ଚାଉଳ, ଡାଲି ଓ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ରାକ୍ଷୀ ଏଠାରେ ଧାନ, ଚାଉଳ, ଗହମ, ଡାଲି, ପାନମହୁରୀ, କାଜୁ ଭଳି ବିଭିନ୍ନ ଡାଲି ଜାତୀୟ ସାମଗ୍ରୀରୁ ପ୍ରସ୍ତୁତ ରାକ୍ଷୀକୁ ବିକ୍ରି ପାଇଁ ରଖାଯାଇଛି ।
ଆହୁରି ମଧ୍ୟ ବିଭିନ୍ନ ବର୍ଜ୍ୟବସ୍ତୁରୁ ପ୍ରସ୍ତୁତ ହୋଇଛି ସୁନ୍ଦର ସୁନ୍ଦର ରାକ୍ଷୀ । ବୌଦ୍ଧ ଜିଲ୍ଲା ତାଳସରଡା ପଞ୍ଚାୟତ ସଂଗ୍ରାମପୁର ଗ୍ରାମର କିଛି ମହିଳା ମିଶି ଏଭଳି ଅଭିନବ ରାକ୍ଷୀ ପ୍ରସ୍ତୁତ କରିଛନ୍ତି ।
ରବିବାର ସ୍ବାଧୀନତା ଦିବସ ଅବସରରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ମ୍ୟୁଜିୟମ ପରିସରରେ ଏହି ନିଆରା ରାକ୍ଷୀ ସମ୍ଭାରକୁ ଉଦଘାଟନ କରିବା ସହ ଏହାଦ୍ବାରା ମହିଳା ମାନେ ଆତ୍ମ ସ୍ବାବଲମ୍ବୀ ହୋଇପାରିବେ ବୋଲି ଆଶା ପ୍ରକାଶ କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ