ଓଡିଶା

odisha

ସୁରକ୍ଷା ବ୍ୟବସ୍ଥାକୁ ଫୁ': କୋଭିଡ୍ କେୟାର ବାହାରେ ବୁଲୁଛନ୍ତି ଚିକିତ୍ସାଧିନ ରୋଗୀ

By

Published : May 23, 2021, 11:00 PM IST

କୋଭିଡ କେୟାର ସେଣ୍ଚରରେ ଅବ୍ୟବସ୍ଥା । ଜଣେ ରୋଗୀ କିଭଳି ବାହାରେ ଚିକିତ୍ସା ଚାଲିଥିବା ବେଳେ ତେବେ ସ୍ବାସ୍ଥ୍ୟ ବିଭାଗର ସୁରକ୍ଷା ବ୍ୟବସ୍ଥା ଉପରେ ବୁଲୁଥିବା ନେଇ ଉଠିଛି ପ୍ରଶ୍ନବାଚୀ । ଅଧିକ ପଢନ୍ତୁ...

ସୁରକ୍ଷା ବ୍ୟବସ୍ଥାକୁ ଫୁ': କୋଭିଡ୍ କେୟାର ବାହାରେ ବୁଲୁଛନ୍ତି ଚିକିତ୍ସାଧିନ ରୋଗୀ
ସୁରକ୍ଷା ବ୍ୟବସ୍ଥାକୁ ଫୁ': କୋଭିଡ୍ କେୟାର ବାହାରେ ବୁଲୁଛନ୍ତି ଚିକିତ୍ସାଧିନ ରୋଗୀ

ବୌଦ୍ଧ: ଜିଲ୍ଲାରେ ସାଙ୍ଘାତିକ କରୋନା ସଂକ୍ରମଣ ସମୟରେ ସ୍ବାସ୍ଥ୍ୟ ବିଭାଗର ଅପାରଗତା ଦିନକୁ ଦିନ ଭିନ୍ନ ଭିନ୍ନ ଘଟଣାକୁ ନେଇ ସମ୍ମୁଖକୁ ଆସିବାରେ ଲାଗିଛି । ବୌଦ୍ଧ ଜିଲ୍ଲାର ସ୍ବାସ୍ଥ୍ୟ ବିଭାଗରେ ବର୍ତ୍ତମାନ ସବୁକିଛି ଠିକ୍ ଥିବା ଭଳି ମନେ ହେଉନାହିଁ । ଜଣେ ବ୍ୟକ୍ତି ଡିପିଏମଙ୍କ ଦୁର୍ବ୍ୟବହାର ଠାରୁ ଆରମ୍ଭ କରି ଡାକ୍ତରଖାନା ଗେଟ୍ ନିକଟରେ ପ୍ରସୂତୀ ମହିଳା ତଳେ ଶୋଇ ଛଟପଟ ହେବା ଘଟଣା ପରେ ରବିବାର ଆସିଛି ଆଉ ଏକ ସାଙ୍ଘାତିକ ଦୃଶ୍ୟ ।

ସୁରକ୍ଷା ବ୍ୟବସ୍ଥାକୁ ଫୁ': କୋଭିଡ୍ କେୟାର ବାହାରେ ବୁଲୁଛନ୍ତି ଚିକିତ୍ସାଧିନ ରୋଗୀ

ବୌଦ୍ଧ କୋଭିଡ କେୟାରରେ ଚିକିତ୍ସାଧିନ ଜଣେ ସଂକ୍ରମିତ ରୋଗୀ ବୌଦ୍ଧ ସହରର ଏନ୍ ଏସି ଛକ ନିକଟରେ ବୁଲୁଥିବା ଦେଖି ସମସ୍ତେ ଆତଙ୍କିତ ହୋଇପଡିଥିଲେ । ତେବେ ସ୍ବାସ୍ଥ୍ୟ ବିଭାଗର ଏତେସବୁ ସୁରକ୍ଷା ବ୍ୟବସ୍ଥା ମଧ୍ୟରୁ ଜଣେ ସଂକ୍ରମିତ ତଥା ଚିକିତ୍ସାଧିନ ରୋଗୀ କିଭଳି ସର୍ବସାଧାରଣ ସ୍ଥାନରେ ପହଞ୍ଚିଲା ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହିପରି ପ୍ରତ୍ୟେକ ପଞ୍ଚାୟତ ସ୍ତରରେ ଟିଏମସି ସେଣ୍ଟର ନଥିବାରୁ ସଂକ୍ରମିତ ଘରେ ସଙ୍ଗରୋଧରେ ନ ରହି ମନ ଇଚ୍ଛା ବୁଲାବୁଲି କରୁଥିବା ଅଭିଯୋଗ ହୋଇଛି ।

ତେବେ ଏନେଇ ଶନିବାର ମୁଣ୍ଡିପଦର ଗ୍ରାମରେ ସଂକ୍ରମିତ ଚିହ୍ନଟ ହେବାପରେ ପଞ୍ଚାୟତର କୌଣସି ବ୍ୟବସ୍ଥା ନଥିବାରୁ ସମସ୍ତ ରୋଗୀ ବାଧ୍ୟ ହୋଇ ଗାଁ ସ୍କୁଲ ବାରଣ୍ଡାରେ ଦିନ କାଟିଥିଲେ । ଜିଲ୍ଲା ପ୍ରଶାସନ କରୋନା ସଂକ୍ରମଣ କୁ ଅତ୍ୟନ୍ତ ଗୁରୁତର ଭାବରେ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ସମୟରେ ସ୍ବାସ୍ଥ୍ୟ ବିଭାଗର ଅପାରଗତା ଏବେ ପଦାରେ ପଡୁଥିବାରୁ ଏନେଇ ବୁଦ୍ଧିଜୀବୀ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details