ଓଡିଶା

odisha

ETV Bharat / state

ବାତ୍ୟା ‘ୟସ’ ପ୍ରଭାବରେ ବୌଦ୍ଧରେ ଲାଗି ରହିଛି ବର୍ଷା, ଦୁଇ ଦିନ ହେଲା ଅନ୍ଧାରରେ ଶହ ଶହ ଗ୍ରାମ - cyclone effect in boudha district

ସାମୁଦ୍ରିକ ଝଡ ‘ୟସ’ର ପ୍ରଭାବ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି । ଦୁଇ ଦିନ ହେଲା ଲାଗି ରହିଛି ବର୍ଷା । ସେପଟେ ବାତ୍ୟା ପ୍ରଭାବରେ ଅନ୍ଧାରରେ ଶହ ଶହ ଗ୍ରାମ । ଅଧିକ ପଢନ୍ତୁ....

ବାତ୍ୟା ‘ୟସ’ ପ୍ରଭାବରେ ବୌଦ୍ଧରେ ଲାଗି ରହିଛି ବର୍ଷା, ଦୁଇ ଦିନ ହେଲା ଅନ୍ଧାରରେ ଶହ ଶହ ଗ୍ରାମ
ବାତ୍ୟା ‘ୟସ’ ପ୍ରଭାବରେ ବୌଦ୍ଧରେ ଲାଗି ରହିଛି ବର୍ଷା, ଦୁଇ ଦିନ ହେଲା ଅନ୍ଧାରରେ ଶହ ଶହ ଗ୍ରାମବାତ୍ୟା ‘ୟସ’ ପ୍ରଭାବରେ ବୌଦ୍ଧରେ ଲାଗି ରହିଛି ବର୍ଷା, ଦୁଇ ଦିନ ହେଲା ଅନ୍ଧାରରେ ଶହ ଶହ ଗ୍ରାମ

By

Published : May 27, 2021, 3:01 AM IST

ବୌଦ୍ଧ: ସାମୁଦ୍ରିକ ଝଡ ‘ୟସ’ର ପ୍ରଭାବ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ।ବାତ୍ୟାର ପ୍ରଭାବରେ ଦୁଇ ଦିନ ହେଲା ଜିଲ୍ଲାରେ ବର୍ଷା ଲାଗିରହିଛି । ଗୋଟିଏ ପଟେ କୋରୋନା ଜନିତ ଲକଡାଉନ ଥିବାବେଳେ ଅନ୍ୟପଟେ ଅଦିନିଆ ବର୍ଷା ଗରିବ ଖଟିଖିଆଙ୍କ ଦୁଃଖ ବେଶ ବଢାଇ ଦେଇଛି । ଏଭଳି ସମୟରେ ମଙ୍ଗଳବାର ଠାରୁ ବୌଦ୍ଧ ସମବାୟ ବିଭାଗ ଓ ଯୋଗାଣ ବିଭାଗ ଉମା ଧାନ କ୍ରୟ କେନ୍ଦ୍ରରେ ଚାଷୀଙ୍କ ଠାରୁ ରବି ଧାନକ୍ରୟ ଆରମ୍ଭ କରିଛି ।

ବାତ୍ୟା ‘ୟସ’ ପ୍ରଭାବରେ ବୌଦ୍ଧରେ ଲାଗି ରହିଛି ବର୍ଷା, ଦୁଇ ଦିନ ହେଲା ଅନ୍ଧାରରେ ଶହ ଶହ ଗ୍ରାମ

ତେବେ ଏଭଳି ଅଦିନିଆ ବର୍ଷା ଯୋଗୁଁ ଚାଷୀ ବ୍ୟାପକ କ୍ଷତି ସହିବା ଆଶଙ୍କା ଥିବାରୁ ଏହାକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଚାଷୀଙ୍କୁ ସହାୟତା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି । ସେପଟେ ବୁଧବାର ଲକଡାଉନର ସୁଯୋଗ ନେଇ ପୁରୁଣାକଟକରୁ ମନମୁଣ୍ଡାକୁ ଏକ ରନ୍ଧନ ଗ୍ୟାସ ବୋଝେଇ ଗାଡି ଚାଲାଣ ହେଉଥିବାବେଳେ ମନମୁଣ୍ଡା ନିକଟରେ ଏକ ଟ୍ରାକ୍ଟର ସହ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଏନେଇ ନାନା ଆଶଙ୍କା ସୃଷ୍ଟି ହୋଇଛି । ଗାଡିରେ 62 ଗୋଟି ଟାଙ୍କି ଥିବାବେଳେ ଏହାର ତଦନ୍ତ ପରେ ଏସବୁର କାରଣ ଜଣାପଡିବ ବୋଲି ଚର୍ଚ୍ଚା ହେଉଛି ।ସେପଟେ ଗତକାଲି ଠାରୁ ବର୍ଷା ଲାଗି ରହିଥିବା ବେଳେ ବିଦ୍ୟୁତ ସେବାରେ ବ୍ୟାଘାତ ଘଟି ହରଭଙ୍ଗା ବ୍ଲକର ଶହ ଶହ ଗାଁ ଅନ୍ଧାର ରେ ଥିବା ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details