ଓଡିଶା

odisha

ETV Bharat / state

ସଙ୍କଟରେ ରବି ଫସଲ, ବଢିଲା ଚାଷୀଙ୍କ ଭାଳେଣି

ସଙ୍କଟରେ ରବି ଫସଲକାରୀ ଚାଷୀ । ପ୍ରଥମେ ବର୍ଷା ଆଉ ଏବେ ବଜାର ବନ୍ଦ ଯୋଗୁଁ ଚାଷୀ ସଙ୍କଟରେ ପଡିଯାଇଛି । ସ୍ବଳ୍ପ ଅମଳ ସାଙ୍ଗକୁ ଅଭାବୀ ବିକ୍ରି ସମ୍ମୁଖୀନ ହେବା ସ୍ପଷ୍ଟ ହୋଇଯାଇଛି । ସେଥିପାଇଁ ଚାଷୀଙ୍କ ଭାଳେଣି ବଢିବାରେ ଲାଗିଛି । ଅଧିକ ପଢନ୍ତୁ...

By

Published : Apr 10, 2020, 10:35 AM IST

Updated : Apr 10, 2020, 10:47 AM IST

rabi-crops-of-boudh-districts
ସଙ୍କଟରେ ରବି ଫସଲ, ବଢିଲା ଚାଷୀଙ୍କ ଭାଳେଣି

ବୌଦ୍ଧ: ସଙ୍କଟରେ ରବି ଫସଲକାରୀ ଚାଷୀ । ପ୍ରଥମେ ବର୍ଷା ଆଉ ଏବେ ବଜାର ବନ୍ଦ ଯୋଗୁଁ ଚାଷୀ ସଙ୍କଟରେ ପଡିଯାଇଛି । ସ୍ବଳ୍ପ ଅମଳ ସାଙ୍ଗକୁ ଅଭାବୀ ବିକ୍ରି ସମ୍ମୁଖୀନ ହେବା ସ୍ପଷ୍ଟ ହୋଇଯାଇଛି । ସେଥିପାଇଁ ଚାଷୀଙ୍କ ଭାଳେଣି ବଢିବାରେ ଲାଗିଛି ।

ସଙ୍କଟରେ ରବି ଫସଲ, ବଢିଲା ଚାଷୀଙ୍କ ଭାଳେଣି

କୋରୋନା ସଂକ୍ରମଣ ଭୟରେ ବର୍ତ୍ତମାନ ସବୁଆଡେ ଲକଡାଉନ ତଥା ବଜାର ସବୁ ବନ୍ଦ ହୋଇଯିବାରୁ ଏବେ ସଙ୍କଟମୟ ପରିସ୍ଥିତିରେ ରବି ଫସଲକାରୀ ଚାଷୀ । ବୌଦ୍ଧ ଜିଲ୍ଲାର ଜଳବାୟୁ ମୁଗ, ହରଡ, ବିରି, ଚଣା, କୋଳଥ, ଝୁଡଙ୍ଗ, ଧନିଆ ଭଳି ରବି ଜାତୀୟ ଫସଲ ପାଇଁ ଉତ୍କୃଷ୍ଟ ଅଟେ । କିନ୍ତୁ ଚଳିତ ବର୍ଷ ପ୍ରଥମେ ବର୍ଷା ଓ ଏବେ ଲକଡାଉନରେ ବଜାର ବନ୍ଦ ଯୋଗୁଁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଧାରକରଜରେ ବୁଡିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଲାଣି । ଯେଉଁ କିଛି ଅମଳ ହୋଇଛି ତାହା କେଉଁଠି ବିକ୍ରି କରିବ ସେ ଚିନ୍ତାରେ ଘାଣ୍ଟି ହେଉଛି ଚାଷୀ । ଏଣୁ ରବି ଫସଲ ଅଭାବୀ ବିକ୍ରି ହେବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଏଦିଗରେ ସରକାର ତଥା ବିଭାଗ ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଚାଷୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Last Updated : Apr 10, 2020, 10:47 AM IST

ABOUT THE AUTHOR

...view details