ଓଡିଶା

odisha

By

Published : Sep 22, 2020, 12:25 PM IST

ETV Bharat / state

କୋରୋନା କଟକଣା, ଦଶହରାକୁ ନେଇ ଆଶା ଆଶଙ୍କାରେ ବୌଦ୍ଧବାସୀ

ଜିଲ୍ଲାରେ କୋରୋନା ସ୍ଥିତି ଅତ୍ୟନ୍ତ ଉଦବେଗ ଜନକ ହୋଇ ଚାଲିଥିବା ବେଳେ ଆଗକୁ ଆସୁଥିବା ଦଶହରା ପର୍ବ ପାଳନ ନେଇ ସୃଷ୍ଟି ହୋଇଛି ଆଶା ଆଶଙ୍କା । ଅଧିକ ପଢନ୍ତୁ...

corona update in boudh, dussehra amid pandemic, dussehra in boudh, boudh latest news, ବୌଦ୍ଧରେ କୋରୋନା ଅପଡେଟ, କୋରୋନା କାଳେ ଦଶହରା, ବୌଦ୍ଧରେ ଦଶହରା, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌
କୋରୋନା କଟକଣାରେ ଦଶହରାକୁ ନେଇ ପ୍ରଶ୍ନବାଚୀ, ଆଶା ଆଶଙ୍କାରେ ବୌଦ୍ଧବାସୀ

ବୌଦ୍ଧ: ଜିଲ୍ଲାରେ କୋରୋନା ସ୍ଥିତି ଅତ୍ୟନ୍ତ ଉଦବେଗ ଜନକ ହୋଇ ଚାଲିଥିବା ବେଳେ ଆଗକୁ ଆସୁଥିବା ଦଶହରା ପର୍ବ ପାଳନ ନେଇ ସୃଷ୍ଟି ହୋଇଛି ଆଶା ଆଶଙ୍କା । ଜିଲ୍ଲାରେ ଗୋଟିଏ ପଟେ କୋରୋନା ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଥିବା ବେଳେ ଏମିତିରେ ଜିଲ୍ଲାରେ କୋଭିଡ କଟକଣା ମଧ୍ୟରେ ଦଶହରା ପାଳନ ପାଇଁ ଅନୁମତି ପ୍ରଦାନ କରିବାକୁ ଦାବି ହୋଇଛି ।

କୋରୋନା କଟକଣାରେ ଦଶହରାକୁ ନେଇ ପ୍ରଶ୍ନବାଚୀ, ଆଶା ଆଶଙ୍କାରେ ବୌଦ୍ଧବାସୀ

ସୋମବାର ଜିଲ୍ଲାର ବିଭିନ୍ନ ସ୍ଥାନରୁ 45 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 1461ରେ ପହଞ୍ଚିଛି । ଏନେଇ ଜିଲ୍ଲାରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଥିବା ବେଳେ ଅନ୍ୟପଟେ ବୌଦ୍ଧ କୋଭିଡ ହେଲଥ ସେଣ୍ଟରରେ କାର୍ଯ୍ୟକ୍ଷମ ହୋଇଛି ଆଇସିୟୁ ଭେଣ୍ଟିଲେଟର । ସେପଟେ ପାର୍ବଣ ଋତୁ କିଭଳି ହେବ ସେନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଛି । ଦଶହରାକୁ ନେଇ ଜିଲ୍ଲାରେ ଚଳିତ ବର୍ଷ ଉତ୍ସାହ ଥିଲା ଭଳି ମନେ ହେଉନାହିଁ । ଅଧିକାଂଶ ପୂଜା ମଣ୍ଡପ ଗୁଡିକରେ କିଭଳି ବିଧି ବିଧାନ ପାଳନ ହେବ ସେନେଇ ଚିନ୍ତାରେ ବିଭିନ୍ନ ପୂଜା କମିଟି ।

କୋରୋନା କଟକଣାରେ ଦଶହରାକୁ ନେଇ ପ୍ରଶ୍ନବାଚୀ, ଆଶା ଆଶଙ୍କାରେ ବୌଦ୍ଧବାସୀ

ଜିଲ୍ଲାର ବୌଦ୍ଧ ସହର ବ୍ୟତୀତ ପୁରୁଣାକଟକ, ଚାରିଛକ, ବାଉଁଶୁଣୀ, ମନମୁଣ୍ଡା, ପଲସାଗୋରା ଓ କଣ୍ଟାମାଳ ଭଳି ସ୍ଥାନ ଗୁଡିକରେ ପୂଜା କମିଟି ଗୁଡିକ ପ୍ରଶାସନର ନିଷ୍ପତ୍ତି ଅପେକ୍ଷାରେ ରହିଛନ୍ତି । ସୋମବାର ଏନେଇ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ଏକ ଦାବିପତ୍ର ମାଧ୍ୟମରେ କୋଭିଡ କଟକଣା ମଧ୍ୟରେ ପୂଜା ମଣ୍ଡପଗୁଡିକୁ ଅନୁମତି ପ୍ରଦାନ ପାଇଁ ଅନୁରୋଧ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details