ବୌଦ୍ଧ: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ପଲସ ପୋଲିଓ କାର୍ଯ୍ୟକ୍ରମ । ଆଜିଠାରୁ ତିନି ଦିନ ଧରି ଅର୍ଥାତ ଫେବ୍ରୁଆରି ୨ତାରିଖ ଯାଏଁ ରାଜ୍ୟରେ କୋଭିଡ ଟିକା ଦିଆଯିବ ନାହିଁ । ତେବେ ୩ ତାରିଖଠାରୁ ପୁଣିଥରେ ଟିକାକରଣ ଜାରି ରହିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏପଟେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଲସ ପୋଲିଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଶେଷ ଭାବରେ ଉପାନ୍ତ ଅଞ୍ଚଳ ତଥା ରାସ୍ତା କଡରେ ଏହି ପୋଲିଓ ଡ୍ରପ ପ୍ରଦାନ କରାଯାଉ ଥିବାରୁ ଅବିଭାବକ ବେଶ ଖୁସି ପ୍ରକାଶ କରିଛନ୍ତି। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ବୌଦ୍ଧ ସ୍ଥିତ ପ୍ରସବୋତ୍ତର କେନ୍ଦ୍ର ପରିସରରେ ଶିଶୁଙ୍କୁ ପୋଲିଓ ଡ୍ରପ ଖୁଆଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ରାସ୍ତା କଡରେ ଦିଆଗଲା ପଲସ ପୋଲିଓ ଡ୍ରପ - ପଲସ ପୋଲିଓ କାର୍ଯ୍ୟକ୍ରମ
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ପଲସ ପୋଲିଓ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଶେଷ ଭାବରେ ଉପାନ୍ତ ଅଞ୍ଚଳ ତଥା ରାସ୍ତା କଡରେ ଏହି ପୋଲିଓ ଡ୍ରପ ପ୍ରଦାନ କରାଯାଉ ଥିବାରୁ ଅବିଭାବକ ବେଶ ଖୁସି ପ୍ରକାଶ କରିଛନ୍ତି। ଅଧିକ ପଢନ୍ତୁ...
ରାସ୍ତା କଡରେ ଦିଆଗଲା ପଲସ ପୋଲିଓ ଡ୍ରପ
ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ଏହି କାର୍ଯ୍ୟକ୍ରମକୁ କେବଳ ସ୍ବାସ୍ଥ୍ୟ କେନ୍ଦ୍ର ଓ ପୋଲିଓ ବୁଥ ମଧ୍ୟରେ ସିମୀତ ନରଖି ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକର ବିଭିନ୍ନ ଉପାନ୍ତ ତଥା ରାସ୍ତା କଡରେ ଶିଶୁମାନଙ୍କୁ ଏହି ପଲସ ପୋଲିଓ ଡ୍ରପ ପ୍ରଦାନ କରାଯାଇଛି । ତେବେ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ, ଆଶା, ଅଙ୍ଗନବାଡି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ